ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରର ୧୧ଟି ସପିଂ ମଲ୍‌ ଓ ୩ଟି ଘରୋଇ ହସ୍ପିଟାଲକୁ ବିଡିଏ ପକ୍ଷରୁ ନୋଟିସ୍‌

ଭୁବନେଶ୍ୱର(କେନ୍ୟୁଜ୍): ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରର ୧୧ଟି ସପିଂ ମଲ୍‌ ଓ ୩ଟି ଘରୋଇ ହସ୍ପିଟାଲକୁ ବିଡିଏ ପକ୍ଷରୁ ନୋଟିସ୍‌ ଜାରି ହୋଇଛି । ଏସପ୍ଲାନେଡ ଓ୍ଵାନ,ଦ ଓ୍ଵାଲର୍ଡ, ଫୋରମ ମାର୍ଟ, ମାରୁତି ମଲ, ପାଲ ମନ୍ତ୍ରା,ସିମ୍ଫୋନି ମଲ, ଭବାନି କମର୍ସିଆଲ ଏମକ୍ଲେଭ, ପାଣ୍ଟାଲୁନ ଓ ଡିଏନ୍‌ ରେଗାଲିଆକୁ ଜାରି ହୋଇଛି ନୋଟିସ । ସେହିପରି ୩ଟି ଘରୋଇ ହସ୍ପିଟାଲ ଆପୋଲୋ, କଳିଙ୍ଗ ଓ କେୟାର ହସ୍ପିଟାଲକୁ ପାର୍କିଂ ଶୁଳ୍କ ଆଦାୟ ରୋକିବାକୁ ନୋଟିସ ହୋଇଛି । ତେବେ ନିୟମ ଉଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.