କେବେ ଫାଶୀ ପାଇବେ ନିର୍ଭୟା ଦୋଷୀ? ଆଜି ନୂଆ ଡେଥ୍ ଓ୍ଵାରେଣ୍ଟ ଜାରି ପାଇଁ ହୋଇଥିବା ପିଟିସନର ଶୁଣାଣି କରିବେ ପଟିଆଲ୍ ହାଉସ କୋର୍ଟ

ନୂଆଦିଲ୍ଲୀ:କେବେ ଫାଶୀ ପାଇବେ ନିର୍ଭୟା ଦୋଷୀ ? ତଳ କୋର୍ଟରୁ ସର୍ବୋଚ୍ଚ କୋର୍ଟ । ଘୁଞ୍ଚୁଛି ଶୁଣାଣି । ଆଜି ନୂଆ ଡେଥ୍ ଓ୍ଵାରେଣ୍ଟ ଜାରି ପାଇଁ ହୋଇଥିବା ପିଟିସନର ଶୁଣାଣି କରିବେ ପଟିଆଲ୍ ହାଉସ କୋର୍ଟ । ଗତକାଲି ମାମଲାର ଶୁଣାଣି ବେଳେ ମାମଲା ପରିଚାଳନା କରୁଥିବା ଓକିଲଙ୍କ ତାଲିକା ପ୍ରଦାନ କରିବାକୁ ଦୋଷୀ ପଓ୍ଵନ ଗୁପ୍ତା ଓ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେହିପରି ତାଲିକାରୁ କୌଣସି ଜଣେ ଓକିଲଙ୍କୁ ବାଛିବା ପାଇଁ ପଓ୍ଵନକୁ କୋର୍ଟ ସ୍ୱାଧୀନତା ଦେଇଥିଲେ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନୂଆ ଡେଥ ଓ୍ଵାରେଣ୍ଟ ଜାରି କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଟ୍ରାଏଲ କୋର୍ଟ ଯାଇଥିଲେ । ନିର୍ଭୟାଙ୍କ ମାଆ ମଧ୍ୟ ନୂଆ ଡେଥ୍ ଓ୍ଵାରେଣ୍ଟ ପାଇଁ ପିଟିସନ୍ ଦାଖଲ କରିଥିଲେ ।

nirbhaya-caseଗତକାଲି ଶୁଣାଣି ବେଳେ କୋର୍ଟ ରୁମ୍‌ରେ କାନ୍ଦି ପକାଇଥିଲେ ନିର୍ଭୟାଙ୍କ ମାଆ । କହିଥିଲେ, ମୁଁ ଆଶା ଓ ବିଶ୍ୱାସ ହରାଇ ସାରିଲିଣି । କୋର୍ଟ ଦୋଷୀଙ୍କ ବିଳମ୍ବ ଚାଲ୍ ବୁଝିବା ଆବଶ୍ୟକ । ଏବେ ପଓ୍ଵନକୁ ନୂଆ ଓକିଲ ଦିଆଗଲେ ସେ ଫାଇଲ୍ ଭିତରେ ପଶିବାକୁ ପୁଣି ଅଧିକ ସମୟ ନେବେ । ଝିଅକୁ ନ୍ୟାୟ ପାଇଁ ମୁଁ ବାର ଦୂଆର ବୁଲୁଛି ବୋଲି କହିଥିଲେ ଆଶାଦେବୀ । ସେପଟେ ଦୋଷୀ ବିନୟର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ୍ ଭାନୁମତୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ବିନୟର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.