କରୋନା ଭାଇରସ୍ ଯୋଗୁ ଚୀନ୍ରେ ମୃତ୍ୟୁ ସଂଖ୍ୟା ଟପିଲା ୧୩୦୦, ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ସ୍ଥିତି ସମୀକ୍ଷା କଲେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ
ଚୀନ୍: କରୋନା ଭାଇରସ୍ ଯୋଗୁ ଚୀନ୍ରେ ମୃତ୍ୟୁ ସଂଖ୍ୟା ୧୩ ଶହ ଟପିଛି । ଗତକାଲି ଗୋଟିଏ ଦିନରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସ୍ରେ ୪୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଭାଇରସ୍ ଦ୍ରୁତ ଗତିରେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି ।
ଭାଇରସ୍ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବା ରାଷ୍ଟ୍ରପତି କହିଛନ୍ତି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି, କରୋନା ଭାଇରସ୍ ପାଇଁ ପ୍ରଥମ ଇଞ୍ଜେକ୍ସନ୍ ୧୮ ମାସ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ବର୍ତ୍ତମାନ ମଧ୍ୟ ଭାଇରସ୍ ରୋକିବା ପାଇଁ ବିଭିନ୍ନ ଉପାୟ ରହିଛି ବୋଲି କହିଛନ୍ତି WHO ମୁଖ୍ୟ ।