୨୪ ଘଣ୍ଟା ନିରବଚ୍ଛିନ୍ନ ବିଜୁଳି ଯୋଗାଇବାକୁ ସରକାରଙ୍କ ନୂଆ ରଣନୀତି, ବିଜୁଳି ଚୋରି ରୋକିବାକୁ ହେବ ରିୟଲ ଟାଇମ୍‌ ମନିଟରିଂ

ବିଜୁଳି ଚୋରି ରୋକିବାକୁ ସରକାର ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। ଶକ୍ତି ମନ୍ତ୍ରଣାଳୟ ଏ ନେଇ ଜାତୀୟସ୍ତରରେ ଏକ ଡେଡିକେଟେଡ୍‌ ସଂସ୍ଥା ତିଆରି କରିବାକୁ ଯୋଜନା କରୁଛନ୍ତି। ଏହି ସଂସ୍ଥା କେଉଁ ରାଜ୍ୟ ବିଜୁଳି ଚୋରି ରୋକିବାକୁ କି ଉପାୟ ଅବଲମ୍ବନ କରୁଛି ତାହାର ରିୟଲ ଟାଇମ୍‌ ମନିଟରିଂ କରିବ, ସେହି ଆଧାରରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜଣାଯାଇଛି। ଏଥିସହ ନିର୍ଦ୍ଧାରିତ ସମୟରେ ଡିସ୍‌କମ୍‌କୁ ପ୍ରିପେଡ୍‌ ମିଟର ଲଗାଇବାରେ ମଧ୍ୟ ସାହାଯ୍ୟ କରିବ।

Image result for smart meter electricity india

ରିପୋର୍ଟ ମୁତାବକ ସରକାର ୨୪ ଘଣ୍ଟା ନିରବଚ୍ଛିନ୍ନ ବିଜୁଳି ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ବିଜୁଳି ଚୋରି ରୋକିବା ପାଇଁ ଡେଡିକେଟେଡ୍‌ ସଂସ୍ଥା ତିଆରି କରିବାକୁ ପ୍ରସ୍ତୁତି ଚାଲିଛି। ଡେଡିକେଟେଡ୍‌ ସଂସ୍ଥା ସେଣ୍ଟ୍ରାଲାଇଜ୍‌ଡ ଡାଟା ମ୍ୟାନେଜମେଣ୍ଟ କାମ କରିବ। ଏହା ବ୍ୟତୀତ ବିଜୁଳି ଚୋରି ରୋକିବା ପାଇଁ ତିନି ବର୍ଷରେ ୨୪ କୋଟି ପ୍ରିପେଡ୍‌ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା ହେଉଛି। ବିଜୁଳି ବିତରଣ କ୍ଷତିକୁ ୧୫ ପ୍ରତିଶତ ରୁ କମ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।

Image result for smart meter electricity india

ସୂଚନାଯୋଗ୍ୟ ଯେ ବଜେଟ୍‌ ୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଆସନ୍ତା ତିନି ବର୍ଷ ମଧ୍ୟରେ ସାରା ଦେଶରେ ପ୍ରିପେଡ୍‌ ମିଟର ଲଗାଯିବ। ଏହି ଯୋଜନାରେ ପୁରୁଣା ମିଟରକୁ ଧୀରେ ଧୀରେ ହଟାଯିବ ବୋଲି ଜଣାଯାଇଛି।