ନେହାଙ୍କ ସହ ଏମିତି କଲେ ଟୋନି କକ୍କଡ, ଯେଉଁଥିପାଇଁ ଖାଇଲେ ଜୋର୍ଦାର୍ ଚାପୁଡା
![neha](https://knewsodisha.com/wp-content/uploads/2020/02/neha.jpg)
ନେହା କକ୍କଡ ଏବେ ‘ଇଣ୍ଡିଆନ୍ ଆଇଡଲ୍’ ଶୋ’ରେ ବିଚାରକ ଭାବେ ନଜର ଆସିଛନ୍ତି। ଶୋ’ ବ୍ୟତୀତ ନେହା କକ୍କଡଙ୍କ ଗୀତ ‘ଗୋଆ ବିଚ୍’ ରିଲିଜ୍ ହୋଇଛି, ଯାହା ଏବେ ଖୁବ୍ ଧମାଲ୍ ମଚାଉଛି। ଏହି ଗୀତରେ ନେହାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜ ଭାଇ ଟୋନି କକ୍କଡଙ୍କୁ ଚାପୁଡା ମାରିବାର ନଜର ଆସିଛନ୍ତି। ସୂଚନା ମୁତାବକ ଭିଡିଓରେ ଟୋନି କକ୍କଡ ନେହାଙ୍କର ଚୁଟି ଟାଣୁଥିବାର ନଜର ଆସିଛନ୍ତି। ଯାହାପରେ ନେହା ରାଗିଯାଇ ନିଜ ଭାଇଙ୍କୁ ଜୋର୍ରେ ଚାପୁଡା ମାରିଛନ୍ତି।
@nehakakkarOur Very First TikTok on our #GoaBeach Song! 🏖❤️😇 tonykakkar #Sorry Bhaiyuuuu 🤭😭 #TiktokIndia #TonyKakkar #NehaKakkar
ସୂଚନା ଅନୁଯାୟୀ ନେହା କକ୍କଡ ନିଜ ଭାଇ ଟୋନି କକ୍କଡଙ୍କ ସହ ‘ଗୋଆ ବିଚ୍’ ଗୀତରେ ଭିଡିଓ କରୁଥିବା ସମୟରେ ତାଙ୍କ ଭାଇ ଜୋର୍ରେ ଚୁଟି ଟାଣିଦେଇଥିଲେ। ଏହାପରେ ନେହାଙ୍କୁ ବୁଲିପଡି ଜୋର୍ରେ ଚାପୁଡା ମାରିବାର ଥିଲା କିନ୍ତୁ ସତରେ ନେହାଙ୍କ ହାତରୁ ଜୋର୍ରେ ଚାପୁଡା ଲାଗିଯାଇଥିଲା। ଏହାପରେ ସେ ନିଜ ଭାଇଙ୍କୁ ଭୁଲ୍ ମଧ୍ୟ ମାଗିଛନ୍ତି। ଶେଷରେ ଭାଇ-ଭଉଣୀ ଭିଡିଓରେ ଖୁବ୍ ମସ୍ତି ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ସହ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଛନ୍ତି।