Below header

ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ଜାରି ହେବ କି ନୂଆ ଡେଥ୍ ଓ୍ଵାରେଣ୍ଟ? ଆଜି ଶୁଣାଣି କରିବେ ଦିଲ୍ଲୀ ପଟିଆଲା ହାଉସକୋର୍ଟ

ନୂଆଦିଲ୍ଲୀ: କେବେ ମିଳିବ ନିର୍ଭୟା ଦୋଷୀଙ୍କୁ ଫାଶୀ ? ତାରିଖ ପରେ ତାରିଖ ଗଡୁଛି, ହେଲେ ଆସୁନି ନୂଆ ଡେଥ୍ ଓ୍ଵାରେଣ୍ଟ । ଆଜି ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ଜାରି ହେବ କି ନୂଆ ଡେଥ୍ ଓ୍ଵାରେଣ୍ଟ ? କେନ୍ଦ୍ର ସରକାର ଓ ନିର୍ଭୟାଙ୍କ ପରିବାର ପକ୍ଷରୁ ହୋଇଥିବା ଆବେଦନର ଆଜି ଶୁଣାଣି କରିବେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ପୂର୍ବରୁ ଦୁଇ ଥର ଡେଥ୍ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଏହା ଉପରେ ରୋକ୍ ଲାଗିଥିଲା । ଗତ ୧୩ ତାରିଖରେ ମାମଲାର ଶୁଣାଣି ହେବାର ଥିଲା। କିନ୍ତୁ ଆଜିକୁ ଶୁଣାଣି ଘୁଞ୍ଚାଇଥିଲେ ଟ୍ରାଏଲ କୋର୍ଟ ।

courtଗତ ଶୁଣାଣି ବେଳେ କୋର୍ଟରେ କାନ୍ଦି ପକାଇଥିଲେ ନିର୍ଭୟାଙ୍କ ମା । ନ୍ୟାୟ ପାଇଁ ହାତ ଯୋଡ଼ି ନ୍ୟାୟମୂର୍ତ୍ତିଙ୍କ ପାଖରେ ଗୁହାରି କରିଥିଲେ । ତିନି ଦୋଷୀଙ୍କ ପାଖରେ ଆଇନଗତ ବିକଳ୍ପ ଶେଷ ହୋଇଛି । ବିନୟ, ମୁକେଶ ଓ ଅକ୍ଷୟଙ୍କ ପାଖରେ ଆଉ ଆଇନଗତ ବିକଳ୍ପ ନାହିଁ । ହେଲେ ଦୋଷୀ ପବନ ଏପର‌୍ୟ୍ୟନ୍ତ କ୍ୟୁରେଟିଭ୍ ପିଟିସନ୍ ଓ ଦୟା ଆବେଦନ କରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.