ଭୁବନେଶ୍ୱର ସହିନଗର ୟୁନିଟ୍‌-୯ ଯୁବକ ଆକ୍ରମଣ ଘଟଣାର ଖୋଲିଲା ଗୁମର, ସ୍କୁଲ ପିଲାଙ୍କ ସହ କଳିରୁ ହୋଇଛି ଏଭଳି ଆକ୍ରମଣ

ଭୁବନେଶ୍ୱର(କେ ନ୍ୟୁଜ୍‌): ଭୁବନେଶ୍ୱର ସହିନଗର ୟୁନିଟ୍‌-୯ ଯୁବକ ଆକ୍ରମଣ ଘଟଣାର ଖୋଲିଲା ଗୁମର । ସ୍କୁଲ ପିଲାଙ୍କ ସହ କଳିରୁ ଏଭଳି ଆକ୍ରମଣ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଆହତ ଯୁବଜ ଜଣଙ୍କ ହେଲେ ପି.ଆକାଶ ଦୋରା । ସେ ଏବେ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ମୋଟ୍ ୧୬ଜଣଙ୍କର ସମ୍ପୃକ୍ତି ରହିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଏଥି ମଧ୍ୟରୁ ଜଣଙ୍କୁ ଅଟକ ରଖିଛି ପୋଲିସ । ଏହି ଘଟଣାରେ ୧୨ଜଣ ସ୍କୁଲ ଛାତ୍ର ବୋଲି ଜାଣିବାକୁ ପାଇଛି ପୋଲିସ । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ସହିଦନଗର ପୋଲିସ । ପୋଲିସ ସୂଚନା ଅନୁସାରେ କିଛି ଦିନ ତଳେ ବାଇକ୍ ଚଳାଇବାକୁ ନେଇ ଆକାଶ ଓ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ଶନିବାର ରାତିରେ ଆକାଶକୁ ସଂଘବଦ୍ଧ ଆକ୍ରମଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.