ଚଳନ୍ତା ଟ୍ରେନ୍‌ରେ ଚଢୁଥିବାବେଳେ ଖସି ପଡ଼ି ଅଳ୍ପକେ ବର୍ତ୍ତିଯାଇଥିବା ଅଧ୍ୟାପିକାଙ୍କର ସରିଲା ନିର୍ବନ୍ଧ, ଆର୍‌ପିଏଫ୍ କନଷ୍ଟେବଳଙ୍କ ଯୋଗୁଁ ପାଇପାରିଲେ ନୂଆ ଜୀବନ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଷ୍ଟେସନରେ ଚଳନ୍ତା ଟ୍ରେନ୍‌ରେ ଚଢୁଥିବାବେଳେ ଖସି ପଡ଼ି ଅଳ୍ପକେ ବର୍ତ୍ତିଯାଇଥିଲେ ଅଧ୍ୟାପିକା ନିବେଦିତା ସାହୁ । ଯାହାଙ୍କର ନିଜ ଗାଁ ଢେଙ୍କାନାଳର ମେରାମଣ୍ଡଳୀରେ ଗତକାଲି ନିବନ୍ଧ ହୋଇଛି । ମାର୍ଚ୍ଚ ୧୧ ତାରିଖରେ ପାରାଦୀପରେ ତାଙ୍କ ବିବାହ ହେବ ।

marriageରମାଦେବୀ ମହିଳା ମହାବିଦ୍ୟାଳୟର ଆଇଟି ବିଭାଗର ଅଧ୍ୟାପିକା ନିବେଦିତା ସାହୁ ଶନିବାର ସଂଧ୍ୟା ୫ଟା ୨୦ରେ ଭୁବନେଶ୍ୱରରୁ ଛାଡୁଥିବା ପୁରୀ-ସମ୍ବଲପୁର ଏକ୍ସପ୍ରେସରେ ଚଢ଼ିବାକୁ ଉଦ୍ୟମ କରୁଥିଲେ । ହେଲେ ହଠାତ ତାଙ୍କର ଗୋଡ଼ ଖସିଯାଇଥିଲା ଓ ସେ ରେଳ ଧାରଣା ମଧ୍ୟକୁ ଖସି ପଡୁଥିଲେ । ଠିକ୍ ଏତିକି ବେଳେ ସୁବ୍ରତ କୁମାର ମହାରଣା ନାମକ ଜଣେ ଆର୍‌ପିଏଫ୍ କନଷ୍ଟେବଳ ଦୌଡ଼ି ଆସି ମହିଳାଙ୍କୁ ପ୍ଲାଟଫର୍ମ ଉପରକୁ ଟାଣି ନେଇଥିଲେ । ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.