Below header

ଟମାଟୋ ହେଲା ଆହୁରି ଲାଲ୍‌! ଉତ୍ତରାଖଣ୍ଡରେ ମୂଲ୍ୟ ୨୫୦ ଟଙ୍କା କିଲୋ, ଦିଲ୍ଲୀରେ ୧୮୦

ସାରା ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜଧାନୀ ଦିଲ୍ଲୀରେ ୧୬୦ରୁ ୧୮୦ ଟଙ୍କା ମଧ୍ୟରେ ଟମାଟୋ ବଜାରରେ ବିକ୍ରି ହେଉଛି।

ସାରା ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜଧାନୀ ଦିଲ୍ଲୀରେ ୧୬୦ରୁ ୧୮୦ ଟଙ୍କା ମଧ୍ୟରେ ଟମାଟୋ ବଜାରରେ ବିକ୍ରି ହେଉଛି। ସେପଟେ ଉତ୍ତରାଖଣ୍ଡରେ ଟମାଟୋ ମୂଲ୍ୟ ସବୁ ରେକର୍ଡ ଭାଙ୍ଗିଛି। ଏଠାରେ ଏକ ଜିଲ୍ଲାରେ ଟମାଟୋ କିଲୋ ପ୍ରତି ୨୫୦ ଟଙ୍କା ମୂଲ୍ୟରେ ବଜାରରେ ବିକ୍ରି ହେଉଛି।

ନ୍ୟୁଜ୍ ଏଜେନ୍ସି ANIର ରିପୋର୍ଟ ମୁତାବକ, ଉତ୍ତରକାଶୀର ପରିବା ବିକ୍ରେତା ରାକେଶ କହିଛନ୍ତି ଯେ ଏଠାରେ ଟମାଟୋ ଦର ବୃଦ୍ଧି ହେତୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଟମାଟୋ କିଣିବାକୁ ମଧ୍ୟ ପ୍ରସ୍ତୁତ ନାହାନ୍ତି। ଗଙ୍ଗୋତ୍ରୀ ଓ ଯମୁନୋତ୍ରୀରେ ଟମାଟୋ ମୂଲ୍ୟ ୨୦୦ରୁ ୨୫୦ ଟଙ୍କା ପ୍ରତି କିଲୋଗ୍ରାମ ରହିଛି।

କିଛି ଲୋକ ପନିପରିବାର ମୂଲ୍ୟ ବୃଦ୍ଧି ପାଇଁ ପ୍ରମୁଖ ଟମାଟୋ ଉତ୍ପାଦନ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଗରମକୁ ଦାୟୀ କରିଛନ୍ତି, ଯଦ୍ଦ୍ଵାରା ଯୋଗାଣ ପ୍ରଭାବିତ ହୋଇଛି। ସେପଟେ ଟମାଟୋ କମ୍‌ ଦିନ ଯାଏ ସଂରକ୍ଷିତ ରହିପାରେ, ଯାହାଫଳରେ ଏହା ମଧ୍ୟ ମୂଲ୍ୟ ଉପରେ ପ୍ରଭାବ ପକାଉଛି। ଚେନ୍ନାଇରେ ଟମାଟୋ ବର୍ତ୍ତମାନ କିଲୋଗ୍ରାମ ପ୍ରତି ୧୦୦ରୁ ୧୩୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି।

କର୍ଣ୍ଣାଟକରେ ଟମାଟୋର ମୂଲ୍ୟ ଆକାଶଛୁଆଁ ରହିଛି। ବେଙ୍ଗାଲୁରୁରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ରୁ ୧୨୧ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.