ଆସିବ Nokia Aurora Ultra 5G 2023

ମାର୍କେଟକୁ ଆସିବ ନୋକିଆର ନୂଆ ମଡେଲ Aurora Ultra 5G , ଦାମ ସହ ଫିଚର୍ସ ରହିଛି ଏକଦମ ଜବରଦସ୍ତ

ମାର୍କେଟକୁ ଆସିବ ନୋକିଆର ନୂଆ ନୋକିଆ ଅରୋରା ଅଲଟ୍ରା ୫ଜି ମଡେଲ। ନୋକିଆ ମ୍ୟାଜିକ ମାକ୍ସ ର ସୂଚନା ଅୁନସାରେ , ଏଚଏମଡ଼ି ଗ୍ଲୋବାଲ ଦ୍ୱାରା ନୋକିଆ ଅରୋରା ଅଲଟ୍ରା ୫ଜି ୨୦୨୩ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଆସିବାର ସମ୍ଭାବନା ରହିଛି। ଆଜି ଭିଡ଼ିଓରୁ ଜାଣନ୍ତୁ Nokia Aurora Ultra 5G 2023 ର ବିଶେଷତା ତଥା କ୍ଷମତା। ଏହି ନୂଆ ମଡେଲରେ ଆପଣଙ୍କୁ କଣ ସବୁ ଭଲ ଫିଚର ମିଳିବ ଜାଣିନିଅନ୍ତୁ..

Nokia Aurora Ultra 5G 2023 ଭଲ ଡିଜାଇନରେ ମାର୍କେଟକୁ ଆସିବ ବୋଲି ଶୁଣିବାକୁ ମିଳିଛି। ଏହାର ଫିଚର୍ସ ମଧ୍ୟ ଭଲ ରହିଛି। ଏହାର ସାଇଜ ଏତେ ଭଲ ରହିଛି ଯେ ଜଣେ ଧରିବା ପାଇଁ କମଫର୍ଟେବଲ ହେବ। ଏଥିରେ ଆପଣ ବଢ଼ିଆ ଡିସପ୍ଲେ ପାଇବେ। ଯାହାକି ଫଟୋ କ୍ୱାଲିଟି କୁ ରିଏଲ ବା ଜୀବନ୍ତ ଲୁକ ଦେବ। ଆପଣ ଭିଡ଼ିଓ ଷ୍ଟ୍ରିମ କରନ୍ତୁ ଅଥବା ଫଟୋ ବ୍ରାଉଜ କିମ୍ବା ଗେମ ଖେଳନ୍ତୁ। ନୋକିଆ ଅରୋରା ଅଲଟ୍ରା ୫ଜି ୨୦୨୩ ରେ ବଢ଼ିଆ ପିକ୍ଚର କ୍ୱାଲିଟି ରହିବ।

ଉନ୍ନତ ଟେକନିକ ରେ ତିଆରି ହେଉଥିବା ନୋକିଆର ଏହି ମଡେଲରେ ବଢ଼ିଆ ପର୍ଫମାନ୍ସ ରହିବ। ଏହା ହାଇ ପର୍ଫମାନ୍ସ ପ୍ରୋସେସର ସହ ବଢ଼ିଆ ର‍୍ୟାମ ରହିବ। ଏଥିରେ ଆପଣ ମଲ୍ଟି ଟାସ୍କିଂ , ସ୍ମଥ ଆପ୍‌ ନାଭିଗେସନ ଓ ଭିନ୍ନ ଭିନ୍ନ ଫ୍ରି ଗେମିଂ ସେସନ ପାଇବେ। ଆପଣ ସବୁ କାମ ଏକାଥରକେ ଏହି ଫୋନରେ କରିପାରିବେ।

ଏଥିରେ ବ୍ୟାଟେରୀ ଲାଇଫ ମଧ୍ୟ ଭଲ ରହିବ। ଚଳିତ ବର୍ଷରେ ଏହି ମଡେଲରେ ସବୁଠୁ ଭଲ ବ୍ୟାଟେରୀ କ୍ଷମତା ଦିଆଯାଇଛି ବୋଲି ଶୁଣିବାକୁ ମିଳିଛି। ଏଥିରେ ଆପଣ ମଲ୍ଟି ଟାକ୍ସ କଲେ ମଧ୍ୟ ଚାର୍ଜ ଶୀଘ୍ର ସରିବାର ଟେନସନ ରହିବ ନାହିଁ।

ଆାପଣଙ୍କୁ ଏଥିରେ ୧୪୪ ଏମପିର କ୍ୟାମେରା ମିଳିବ। ଆପଣ ଏହି ଫୋନରେ ପର୍ଯ୍ୟାପ୍ତ ଇଣ୍ଟରନାଲ ଷ୍ଟୋରେଜ ମଧ୍ୟ ପାାଇବେ। ଏଥିରେ ଆପଣ ସମସ୍ତ ଫଟୋ, ଭିଡ଼ିଓ, ଆପ୍ସ ଓ ଫାଇଲକୁ ଆରାମରେ ଷ୍ଟୋର କରି ରଖିପାରିବେ। ଏଥିରେ ଆପଣ ୫ଜି କନେକ୍ଟିଭିଟି ପାଇବେ। ଏହାକୁ ନେଇ ନେଟଓ୍ଵାର୍କରେ କିଛି ସମସ୍ୟା ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.