ଜାମ୍ମୁ ଓ କାଶ୍ମୀରରେ ଜମା ହେଉଛନ୍ତି ୧୦ ହଜାର ଅର୍ଦ୍ଧ ସାମରିକ ବାହିନୀ

ଜାମ୍ମୁ ଓ କାଶ୍ମୀରରେ ଭାରତ ବଢାଉଛି ଯବାନଙ୍କ ସଂଖ୍ୟା। ଶୁକ୍ରବାର ରାତିରୁ ପହଞ୍ଚିଛନ୍ତି ପ୍ରାୟ ୧୦ ହଜାର ଅର୍ଦ୍ଧ ସାମରିକ ବାହିନୀ ଯବାନ। ବିମାନ ଯୋଗେ ଶହେ କଂପାନୀ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ପହଞ୍ଚିଛନ୍ତି। ସେଥିରେ ଅଛନ୍ତି ସିଆରପିଏଫର ୪୫, ବିଏସଏଫର ୩୫, ସଶସ୍ତ୍ର ସୀମା ବଳର ୧୦ ଓ ଓଞଈଚର ୧୦ କଂପାନୀ ଫୋର୍ସ। ସୁରକ୍ଷା ବଢାଯିବା ସହ ବିଛିନ୍ନତାବାଦୀ ନେତାଙ୍କୁ ଗିରଫ କରାଯାଉଛି। ପ୍ରମୁଖ ନେତାଙ୍କ ଭିତରେ ପ୍ରଥମେ ଗିରଫ ହୋଇଥିଲେ ୟାସିନ ମଲ୍ଲିକ। ବିଭିନ୍ନ ସଂଗଠନରୁ ୨୦ରୁ ଅଧିକ ଜଣ ଅଟକ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.