ଡୋନାଲ୍ଡ ଟ୍ରମ୍ପଙ୍କୁ ହାଇ ପ୍ରୋଫାଇଲ ଟ୍ରିଟମେଣ୍ଟ: ସ୍ପେଶାଲ ମେଡ଼ିସିନ ଖାଇ ସୁସ୍ଥ ହେଉଛନ୍ତି ଆମେରିକା ରାଷ୍ଟ୍ରପତି, କାହିଁକି ସାଧାରଣ ଲୋକଙ୍କୁ ମିଳିନି ଏହି ସୁବିଧା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରାମ୍ଫ ସଦ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇ ଚିକିତ୍ସିତ ହେବା ପରେ ନିଜ ବାସଭବନ ହ୍ୱାଇଟ ହାଉସକୁ ଫେରିଛନ୍ତି । ଦୁଇ ରୁ ତିନି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ସ୍ଥିତିରେ ଥିବା ବେଳେ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଆଗାମୀ ୪୮ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଘୋଷଣା କରିଥିଲେ । କିନ୍ତୁ ପରେ ସ୍ପେଶାଲ ଟ୍ରିଟମେଣ୍ଟ ଦିଆଯାଇ ଟ୍ରମ୍ପଙ୍କ ଅବସ୍ଥାରେ ସୁଧାର ଅଣାଯାଇଥିବା ଜଣାଯାଇଛି । କରୋନା ପାଇଁ ଏଯାବତ ଆଵିସ୍କୃତ ହୋଇଥିବା ତିନୋଟି ଔଷଧ ସହ ଆଣ୍ଟିବଡ଼ି ଥେରାପି ଟ୍ରମ୍ପଙ୍କୁ ଦିଆଯାଇଥିଲା । ଯେବେକି ଏମଧ୍ୟରୁ ଅନେକ ଟ୍ରିଟମେଣ୍ଟ ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଉପଲବ୍ଧ କରାଯାଇ ନାହିଁ ।

କହିରଖିବା ଉଚିତ ହେବକି, ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆଉ ସୋମବାର ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତିଯେ, “ସେ ଏବେ ୨୦ ପୂର୍ବ ଭଳି ସୁସ୍ଥ ଅନୁଭବ କରୁଛନ୍ତି’ । କହିରଖିବା ଉଚିତ ହେବକି, କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇ ଆଣ୍ଟିବଡ଼ି ଥେରାପିରେ ଚିକିତ୍ସିତ ହୋଇ ଆସୁଥିଲେ ଟ୍ରମ୍ପ । ଏହି ବିଶେଷ ଥେରାପି ଦିଆଯାଇ କରୋନା ଭାଇରସ ପ୍ରଭାବକୁ ଖୁବ କମ ସମୟ ମଧ୍ୟରେ ତାଙ୍କ ଠାରେ କମାଇ ଦିଆଯାଇଛି । ଅନ୍ୟପକ୍ଷରେ ଏଯାବତ ଏହି ଟ୍ରିଟ୍ ମେଣ୍ଟକୁ କୌଣସି ଆଧିକାରିକ ଅନୁମତି ମିଳିନାହିଁ । ଆଣ୍ଟିବଡ଼ି ଥେରାପି ବାଦ ଟ୍ରମ୍ପଙ୍କୁ Remdesivir ଔଷଧ ବି ଦିଆଯାଇଛି । Remdesivirକୁ ଏଯାବତ “ଫୁଡ ଆଣ୍ଡ ଡ୍ରଗ ଆଡ୍ମିନିଷ୍ଟ୍ରେସନ” ତରଫରୁ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯିବା ନେଇ ଅନୁମତି ଜାରି କରାଯାଇ ନାହିଁ ।

ଖବର ଅନୁଯାୟୀ ଟ୍ରମ୍ପଙ୍କ ଡାକ୍ତରଙ୍କ ଅପିଲ ପରେ ହିଁ ତାଙ୍କ ଚିକିତ୍ସାରେ ଏହି ସ୍ୱତନ୍ତ୍ର ପଦ୍ଧତି ବ୍ୟବହାର କରିବା ପାଇଁ ଅନୁମତି ମିଳିଥିଲା । ଏବେ ସାଧାରଣ ସ୍ତରରେ ପ୍ରଶ୍ନ ଉଠୁଛିକି, କରୋନାରେ ସଂକ୍ରମିତ ହୋଇ ଆମେରିକାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଥିବା ବେଳେ ଏହି ଚିକିତ୍ସା ପଦ୍ଧତିକୁ ସର୍ବ ସାଧାରଣଙ୍କ ପାଇଁ ଉପଲବ୍ଧ କରାନଯାଇ କେବଳ ରାଷ୍ଟ୍ରପତିଙ୍କ ଚିକିତ୍ସାରେ ହିଁ ଉପଯୋଗ କରାଯାଇଛି । ଏଯାବତ ଆମେରିକାରେ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇସାରିଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.