୧୭ ବର୍ଷ ବୟସରେ ହୋଇଯାଇଥିଲା ବିବାହ ସିଲେଇ କରିପୋଷୁଥିଲେ ପେଟ, ଜାଣନ୍ତୁ ସୁଖବିଂଦର କୌରରୁ ରାଧେ ମା’ଙ୍କ ଯାତ୍ରା

ଦେଶର ସବୁଠାରୁ ଲୋକପ୍ରିୟ ରିୟଲିଟି ଶୋ’ ବିଗବସ୍‌ ୧୪ ଆରମ୍ଭ ହୋଇସାରିଛି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହି ଶୋ’ ରେ ଅନେକ ପରିବର୍ତ୍ତନ କରାଯିବାର ଦେଖିବାକୁ ମିଳିପାରେ। ସୂଚନା ମୁତାବକ ଭାଗ ନେଇଥିବା ସମସ୍ତ କଳାକାରଙ୍କୁ ୧୪ଦିନ କ୍ୱାରେଣ୍ଟାଇନରେ ରହିବା ସହ ସାମାଜିକ ଦୂରତା ଉପରେ ମଧ୍ୟ ଧ୍ୟାନ ରଖାଯାଇଥିଲା। ଏଥିସହ ଶୋ’ରେ ନଜର ଆସିଥିବା ରାଧେ ମା’ ଓରଫ(ସୁଖବିଂଦର କୌର) ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ନିଜକୁ ଦେବୀ କହୁଥିବା ରାଧେ ମା’ଙ୍କୁ ଏବେ ୫୫ ବର୍ଷ ବୟସ। ତେବେ ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି ଖାସ୍‌ କଥା।

୪ ଏପ୍ରିଲ ୧୯୬୫ ମସିହାରେ ପଞ୍ଜାବର ଗୁରୁଦାସପୁରର ଦୋରାଂଗଲା ଗାଁରେ ଜନ୍ମଗ୍ରହଣ କରିଥିଲେ। ସୁଖବିଂଦର କୌରଙ୍କର ପିଲାବେଳେ ଖେଳକୁଦ ଏବଂ ଭଗବାନ ଭକ୍ତ ପ୍ରତି ଅନେକ ରୁଚି ରହିଥିଲା। ଏନେଇ ରାଧେ ମା’ଙ୍କ ସେବାଦାର ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି, ପିଲାବେଳେ ସବୁ ପିଲାମାନଙ୍କ ତୁଳନାରେ ତାଙ୍କର ବ୍ୟବହାର ଅଲଗା ଥିଲା। ସୂଚନା ଅନୁଯାୟୀ ସେ ପ୍ରାରମ୍ଭିକ ପଢା ଶେଷ କରିଥିବା ଜଣାପଡିଛି।

radhe maaମାତ୍ର ୧୭ ବର୍ଷ ବୟସରେ ସୁକବିଂଦର କୌରଙ୍କ ବିବାହ ମୋହନ ସିଂହଙ୍କ ସହ ହୋଇଥିଲା। ତାଙ୍କ ପତି କତରରେ ଚାକିରି କରୁଥିଲେ। ସେତେବେଳେ ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ ରାଧେ ମା’ଙ୍କୁ ମଧ୍ୟ ଘର ଚଳାଇବା ପାଇଁ ଅନ୍ୟମାନଙ୍କ କପଡା ସିଲେଇ କରିବାକୁ ପଡିଥିଲା। ଏସବୁ ମଧ୍ୟରେ ତାଙ୍କର ୨ଟି ପୁଅ ମଧ୍ୟ ହୋଇଥିଲେ। କିନ୍ତୁ ଗୃହସ୍ଥ ଜୀବନରୁ ନିରାଶ ହୋଇଥିବା ସୁଖବିଂଦର ପତି ଏବଂ ଦୁଇ ପିଲାଙ୍କୁ ତ୍ୟାଗ କରିଥିଲେ।

ଜାଣନ୍ତୁ ସୁଖବିଂଦର କୌରରୁ କିପରି ବନିଲେ ରାଧେ ମା’

ମୋହ-ମାୟାରୁ ଦୂରରେ ଥିବା ସୁଖବିଂଦର କୌର ୨୩ ବର୍ଷ ବୟସରେ ହୋଶିୟାରପୁର ଜିଲ୍ଲାରେ ୧୦୦୮ ପରମହଂସ ବାଗ ଡେରା ମୁକେରିୟମଙ୍କ ମହନ୍ତ ରାମ ଦୀପ ଦାସଙ୍କ ଶିଷ୍ୟା ହୋଇଯାଇଥିଲେ। ସେଠାରେ ହିଁ ନାମ ପରିବର୍ତ୍ତନ କରାଯାଇ ରାଧେ ମା’ ରଖାଯାଇଥିଲା। ମୁମ୍ବାଇରେ ରହୁଥିବା ରାଧେ ମା’ଙ୍କ ଆବାସରେ ଅନେକ ସତସଙ୍ଗ, ଜାଗରଣ ଏବଂ ମାତାଙ୍କ ଚୌକୀର ମଧ୍ୟ ଆୟୋଜନ କରାଯାଇଥାଏ।
ସୂଚନା ଯୋଗ୍ୟ ବିଗବସ୍‌ ୧୪ରେ ରାଧେ ମା’ ପ୍ରତି ସପ୍ତାହରେ ୭୫ ଲକ୍ଷ ଟଙ୍କା ଚାର୍ଜ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.