ପିଲାଙ୍କର ଆଡମିସନ୍‌ କରିବା ପୂର୍ବରୁ ବନାଇ ଦିଅନ୍ତୁ ଆଧାର କାର୍ଡ, ଜାଣନ୍ତୁ ମାଗଣାରେ ଏହାକୁ ବନାଇବାର ତରିକା

ଆଜିକା ସମୟରେ ଅଧିକାଂଶ ସ୍କୁଲରେ ପିଲାଙ୍କ ଆଡମିସନ୍‌ ସମୟରେ ଅଧାର କାର୍ଡ ଦେବାକୁ କୁହାଯାଏ। ସାଧାରଣତଃ ନର୍ସରୀ କ୍ଲାସ ଆଡମିସନ ପାଇଁ ପ୍ରତି ବର୍ଷ ଡିସେମ୍ବରରେ ଫର୍ମ ଜାରୀ କରାଯାଇଥାଏ। ଏମିତିରେ ଆଡମିସନ ଫର୍ମ ଭରିବା ସମୟରେ ଅଧାର କାର୍ଡ ପାଇଁ ଚିନ୍ତାରେ ରହିବା ଠାରୁ ଭଲ ଏହାକୁ ପୂର୍ବରୁ ହିଁ ପ୍ରସ୍ତୁତ କରିଦେବା। ଆଧାର କାର୍ଡ କୌଣସି ବି ବୟସର ବ୍ୟକ୍ତିଙ୍କ ପାଇଁ ତିଆରି କରାଯାଇପାରିବ। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ଆପଣ ନିଜ ଛୋଟ ପିଲାର ଆଧାର ବନାଇବେ?

aadharଛୋଟ ପିଲାଙ୍କ ଆଧାର କେମିତି କରିବେ ଏନରୋଲମେଣ୍ଟ ?

ଛୋଟ ପିଲାଙ୍କର ଆଧାର ବନାଇବା ପ୍ରକ୍ରୀୟା ବଡମାନଙ୍କର ଆଧାର ପ୍ରକ୍ରୀୟା ସହିତ ସମାନ। ଅଭିଭାବକ ପିଲାଙ୍କୁ ସାଙ୍ଗରେ ଧରି ନିଜର ନିକଟସ୍ଥ ଆଧାର କେୟାର ସେଣ୍ଟରକୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ଏକ ଫର୍ମକୁ ଭରିବାକୁ ପଡିବ। ୫ ବର୍ଷର କମ୍‌ ବୟସର ପିଲାଙ୍କର ବାୟୋମେଟ୍ରିକ ଡାଟା ନିଆଯିବନାହିଁ। ତାଙ୍କର UIDକୁ ପେରେଣ୍ଟସ୍‌ ଆଧାର ଡାଟା ବେସିସରେ ହିଁ ପ୍ରୋସେସ କରାଯିବ। କିନ୍ତୁ ଯଦି ପିଲାଙ୍କ ବୟସ ୫ ବର୍ଷରୁ ଅଧିକ ତାହେଲେ ତାଙ୍କର ବାୟୋମେଟ୍ରିକସ ଡାଟା ମଧ୍ୟ ରେଜିଷ୍ଟର କରାଯିବ।

ଯେତେବେଳେ ଏହି ପ୍ରକ୍ରୀୟା ପୂରା ହୋଇଯିବ। ଏହାପରେ ଆପଣଙ୍କୁ ଏକ ଏନରୋଲମେଣ୍ଟ ସ୍ଲିପ ଜେନେରେଟ୍‌ କରି ଦିଆଯିବ। ଏହି ଏନରୋଲମେଣ୍ଟ ସ୍ଲିପ ଉପରେ ଏନରୋଲମେଣ୍ଟ ଆଇଡି ନମ୍ବର ଏବଂ ତାରିଖ ଦିଆଯିବ। ଏହି ଏନରୋଲମେଣ୍ଟ ଆଇଡି ସାହାଯ୍ୟରେ ଆପଣ ଆଧାର ଷ୍ଟାଟସ ବିଷୟରେ ପତ୍ତା ଲଗାଇ ପାରିବେ। ଆଧାର ଏନରୋଲମେଣ୍ଟ ୯୦ ଦିନ ଭିତରେ ଆଧାର ଆବେଦନକର୍ତ୍ତାଙ୍କ ଘରେ ପୋଷ୍ଟ କରିଦିଆଯାଇଥାଏ।

aadharପିଲାଙ୍କ ବାୟୋମେଟ୍ରିକ ଆଧାରରେ କେମିତି କରିବେ ଅପଡେଟ୍‌?

ଯେତେବେଳେ ପିଲାଙ୍କ ବୟସ ୧୫ ବର୍ଷ ଭିତରେ ହୋଇଯିବ, ସେତେବେଳେ ଆଧାରରେ ବାୟୋମେଟ୍ରିକ ଡାଟା ଅପଡେଟ କରାଯାଇପାରେ। ଏଥିପାଇଁ ତାଙ୍କ ୧୦ଟି ଆଙ୍ଗୁଠିକୁ ପ୍ରିଣ୍ଟ, ଆଖି ପିତୁଳାର ସ୍କ୍ରିନିଙ୍ଗ ଏବଂ ଫଟୋଗ୍ରାଫକୁ ଅପଡେଟ୍‌ କରାଯିବ। ଏହି ବିଷୟରେ ଅରିଜିନାଲ ଆଧାର ଲେଟରରେ ମଧ୍ୟ ବିବରଣୀ ଦିଆଯାଇଥାଏ। ପିଲାଙ୍କ ବାୟୋମେଟ୍ରିକ ଡାଟା ମାଗଣାରେ ଅପଡେଟ କରାଯାଇଥାଏ। ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକ ପଡିବନାହିଁ। UIDAI ଭାରତରେ କରୋନା ଭାଇରସ୍‌ ଆଉଟବ୍ରେକ ପୂର୍ବରୁ ଏକ ଟ୍ଵିଟ ଜରିଆରେ ଏହି ବିବରଣୀ ଦେଇଥିଲା।

ପିଲାଙ୍କ ଆଧାର ପାଇଁ କଣ କଣ ସବୁ ଡକ୍ୟୁମେଣ୍ଟ ଆବଶ୍ୟକ ପଡିବ ଜାଣନ୍ତୁ

ପିଲାଙ୍କ ଆଧାର ବନାଇବା ପାଇଁ ଜନ୍ମ ପ୍ରମାଣ ପତ୍ର ଦେବାକୁ ହେବ। ଏହା ବଦଳରେ ପିଲାଙ୍କ ସ୍କୁଲ ଫଟୋ ଥିବା ଆଇଡିକୁ ବି ଦେଇପାରିବେ। ଏହା ସେତେବେଳେ ହେବ ଯେତେବେଳେ ପିଲା ପୂର୍ବରୁ କୌଣସି ସ୍କୁଲରେ ପଢ଼ିସାରିଥବ। ଏହାବ୍ୟତୀତ ପିଲାଙ୍କ ମାତା/ପିତାଙ୍କ ଆଧାର କାର୍ଡ ଡିଟେଲ୍ସ ବି ଆବଶ୍ୟକ ପଡିବ। ଏତତ୍‌ ବ୍ୟତୀତ ମାତା-ପିତାଙ୍କ ଠିକଣା ଏବଂ ଆଇଡି ପୃଫ ମଧ୍ୟ ଦରାକର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.