Below header

ସୋସିଆଲ ମିଡିଆରେ ଆନାକୋଣ୍ଡାକୁ ନେଇ ଚର୍ଚ୍ଚା, ୨୫୭ ଜଣଙ୍କୁ ମାରିଥିବା ଖବର ଭାଇରାଲ ପଛରେ ଜାଣନ୍ତୁ କ’ଣ ରହିଛି ସତ

କେନ୍ୟୁଜ୍ : ବିଶ୍ୱର ସବୁଠୁ ବଡ ସାପ ଆନାକୋଣ୍ଡାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ଆମାଜନ ନଦୀ ଅବବାହିକାରେ ୧୩୪ ଫୁଟ ଲମ୍ବ ଓ ୨ ହଜାର ୬୭ କେଜି ଓଜନରର ଏହି ବିଶାଳ ସାପ ୨୩୭ ଜଣଙ୍କ ଜୀବନ ନେବା ସହ ୨ ହଜାର ୩ ଶହରୁ ଅଧିକ ପଶୁକୁ ଖାଇଥିବା ଖବର ଏବେ ଘୂରିବୁଲୁଛି । ସେହିପରି ଆନାକୋଣ୍ଡାକୁ ମାରିବାକୁ ଆଫ୍ରିକାର ରୟାଲ ବ୍ରିଟିସ କମାଣ୍ଡ ନାକେଦମ ହୋଇଥିଲା କୁହାଯାଇଛି । ଏଥିପାଇଁ ୩୭ ଦିନ ସମୟ ଲାଗିଥିଲା । ତେବେ ଖବର ତନାଘନା ପରେ ଜଣାପଡିଲା ଭାଇରାଲ ଖବର ଡାହା ମିଛ । ଆମାଜନ ନଦୀ ଦକ୍ଷିଣ ଆମେରିକା ଥିବା ବେଳେ ଭାଇରାଲ ହୋଇଥିବା ଖବରରେ ଏହା ଆଫ୍ରିକା ବୋଲି ଦର୍ଶାଯାଇଥିଲା । ସେହିପରି ଆନାକୋଣ୍ଡାକୁ ଆଫ୍ରିକାର ରୟାଲ ବ୍ରିଟିସ କମାଣ୍ଡ ମାରିଥିବା ଦର୍ଶାଯାଇଥିବା ବେଳେ ସେହିପରି କୈଣସି କାମାଣ୍ଡ ନ ଥିବା ଜଣାପଡିଛି । ଏହି ଭାଇରାଲ ଖବର ମିଛ ବୋଲି ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.