ଦୀପିକାଙ୍କ ଡ୍ରେସ ପିନ୍ଧିବାକୁ ଚାହୁଁଛନ୍ତି କି? ତେବେ ଏହି ୱେବସାଇଟରୁ କିଣିପାରିବେ ନିଜ ପ୍ରିୟ ଷ୍ଟାରଙ୍କ ପୋଷାକ

ଦୀପିକା ପାଦୁକୋନ ଏବେ ନିଜର ଡ୍ରେସକୁ ବିକିବାକୁ ଯାଉଛନ୍ତି। ବିଶ୍ୱାସ ହେଉନିନା, କିନ୍ତୁ ଏହା ପୂରାପୂରି ସତ। ଯଦି ଆପଣଙ୍କୁ ମଧ୍ୟ ଦୀପିକାଙ୍କ ରେଡ୍ କାର୍ପେଟ ଡ୍ରେସ୍ ବହୁତ ଭଲ ଲାଗୁଥାଏ ଏବଂ ତାଙ୍କର ଅନେକ ଷ୍ଟାଇଲିଷ୍ଟ ଡ୍ରେସକୁ ବହୁତ ପସନ୍ଦ କରୁଥାନ୍ତି ତେବେ ସେହି ସବୁ ଡ୍ରେସକୁ ଆପଣ ନିଜର କରିପାରିବେ।

ଦୀପିକା ପାଦୁକୋନ ନିଜର ଫେଭରେଟ ଡ୍ରେସେସକୁ ବିକ୍ରି କରୁଛନ୍ତି, ଯାହାକୁ ଆପଣ ତାଙ୍କ ୱେବସାଇଟରୁ କିଣିପାରିବେ। ନିକଟରେ ଏହାର ଘୋଷଣା ନିଜେ ଦୀପିକା ସୋସିଆଲ ମିଡିଆ ପୋଷ୍ଟ ଜରିଆରେ କରିଛନ୍ତି। ଏବେ ଆପଣ ଭାବିପାରୁଥିବେ ଯେ ଦୀପକାଙ୍କ ଏହି ଡ୍ରେସକୁ କିଣିବା ପାଇଁ ତାଙ୍କ ଫ୍ୟାନ ମାନେ କେତେ ମାତ୍ରାରେ ଏହି ୱେବସାଇଟକୁ ଯିବେ।

ଦୀପିକା ପାଦୁକୋନ ଏକ ଭିଡିଓ ଦ୍ୱାରା ଜଣାଇଛନ୍ତି ଯେ ୱେବସାଇଟରେ ସେଲ ଆସିବା ମାତ୍ରକେ ହିଁ ମାତ୍ର ଦୁଇ ଘଣ୍ଟାରେ ତାହା ଖାଲି ହୋଇଯାଇଥିଲା। ଦୀପିକା ୧୦ ଅକ୍ଟୋବରରେ ଓ୍ଵାଲଡ୍ ମେଣ୍ଟାଲ ହେଲଥ୍ ଡେ ଦିନ ଏହି ସେଲର ଘୋଷଣା କରିଥିଲେ। ସେ ଜଣାଇଛନ୍ତି ଯେ ଏହି କପଡାକୁ ବିକ୍ରି କରି ଯେଉଁ ଟଙ୍କା ବାହାରିବ ତାହାକୁ ମାନସିକ ରୋଗରେ ପୀଡିତ ଥିବା ଲୋକଙ୍କ ଚିକିତ୍ସାରେ ବ୍ୟବହାର କରାଯିବ। ଦୀପିକା ମାନସିକରୋଗୀ ମାନଙ୍କ ପାଇଁ ଏକ ସଂସ୍ଥା ମଧ୍ୟ ଚଲାଉଛନ୍ତି, ଯାହାର ନାମ ‘ଲିଭ ଲଭ୍ ଲାଫ୍‌’ ଫାଉଣ୍ଡେସନ ଏବଂ ଏହି ସଂସ୍ଥା ମାନସିକ ସ୍ୱାସ୍ଥ୍ୟ ସହିତ ଜଡିତ ବିଷୟ ଉପରେ କାମ କରୁଛି।

ଏହାସହ ପଢନ୍ତୁ : ଆପଣଙ୍କ ପ୍ରିୟ ଷ୍ଟାର ଆୟୁଷ୍ମାନ କେମିତି ହୋଇଛନ୍ତି ଚନ୍ଦାପଣର ଶିକାର, ଏହି ସମସ୍ୟା ପାଇଁ ସେ କଣ କରୁଛନ୍ତି ଦେଖନ୍ତୁ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.