Below header

ମା’ ଗର୍ଭରେ ହିଁ ମାରପିଟ୍ ହେଲେ ଯାଆଁଳା ଶିଶୁ : ଭିଡିଓ ହେଉଛି ଭାଇରାଲ୍

ଭାଇ ଭଉଣୀ ପରସ୍ପର ସହ ଲଢିବା ପ୍ରାୟ ସବୁ ଘରେ ସାଧାରଣ କଥା । ବେଳେ ବେଳେ ଏହି ଝଗଡା ମାରପିଟ୍ ପର‌୍ୟ୍ୟନ୍ତ ମଧ୍ୟ ଚାଲିଯାଏ । କିନ୍ତୁ କେବେ ମା’ ଗର୍ଭରେ ପିଲାଙ୍କୁ ଲଢିବା ଦେଖିଛନ୍ତି । ଆପଣଙ୍କୁ ଆଶ୍ଚଯ୍ୟ କରୁଥିବା ଏହି ପ୍ରଶ୍ନଟି କିନ୍ତୁ ସମ୍ପୂର୍ଣ୍ଣ ସତ । ଏହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖିସାରିଲେଣି ଲକ୍ଷାଧିକ ଲୋକ । ଏହି ଆଶ୍ଚର‌୍ୟ୍ୟଜନକ ଘଟଣାଟି ଘଟିଛି ଚୀନରେ ।

ଭିଡିଓରେ ଦେଖିବାକୁ ମିଳିଛି ଗର୍ଭରେ ଯାଆଁଳା ପିଲାଙ୍କ ମଧ୍ୟରେ ଲଢେଇ ହେଉଛି । ଆଉ ପିଲାଙ୍କ ଏହି ଲଢେଇ ଅଲଟ୍ରାସାଉଣ୍ଡରେ ସ୍ପଷ୍ଟ ଭାବରେ ଦେଖାଯାଉଛି । ପିଲା ଦୁଇଜଣ ପରସ୍ପରକୁ ମୁଥ ମାରୁଥିବାର ଦେଖିବାକୁ ମିଳିଛି ଅଲଟ୍ରାସାଉଣ୍ଡରେ । ମା’ ଗର୍ଭରେ ହିଁ ଉଭୟ ଝଗଡା ଆରମ୍ଭ କରିଦେଇଛନ୍ତି ।

ତେବେ ଏହି ଭିଡିଓଟି ଗତବର୍ଷ ଭିଡିଓ ଆପରେ ସେୟାର୍ କରାଯାଇଥିଲା । ଏବେ ପୁଣି ଥରେ ୧୫ ଏପ୍ରିଲରେ ଏହି ଭିଡିଓକୁ ୟୁଟ୍ୟୁବରେ ସେୟାର୍ କରାଯାଇଛି । ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.