ଆପତ୍ତିଜନକ ପୋଷ୍ଟ କାରଣରୁ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାଙ୍କ ଟ୍ଵିଟର ଆକାଉଣ୍ଟ ହେଲା ସସ୍ପେଣ୍ଡ
ଟ୍ଵିଟର ଇଣ୍ଡିଆ ପକ୍ଷରୁ ଗୁରୁବାର କଂଗ୍ରେସର ୨୩ ନେତାଙ୍କ ଟ୍ଵିଟର ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି। ଏହି ଲିଷ୍ଟରେ ରାହୁଲ ଗାନ୍ଧୀଙ୍କ ଟ୍ଵିଟର ଆକାଉଣ୍ଟକୁ ମଧ୍ୟ ସାମିଲ କରାଯାଇଛି। ଏହା ବ୍ୟତିତ କଂଗ୍ରେସ ପାର୍ଟିର ୭ ଆକାଉଣ୍ଟାଟଙ୍କ ଉପରେ ମଧ୍ୟ ଆକ୍ସନ ନିଆଯାଇଛି।
ଯେଉଁନେତା ମାନଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି ସେମାନଙ୍କ ମଧ୍ୟରେ ସିନିୟର ନେତା କେସି ବେଣୁଗୋପାଲ, ରଣଦୀପ ସୁରଜେବାଲା ଏବଂ ପାଟିର ସୋସିଆଲ ମିଡିଆ ପ୍ରମୁଖ ରୋହନ ଗୁପ୍ତା ସାମିଲ ଅଛନ୍ତି। ଏହି ନେତା ମାନେ ଟ୍ଵିଟରର ନିୟମକୁ ଉଲଂଘନ କରିଥିବା ହେତୁ ଏମାନଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି।
ଆପତ୍ତିଜନକ କଣ୍ଟେଟ ହଟାଇବା ପରେ ହିଁ ସେମାନଙ୍କ ଆକାଉଣ୍ଟକୁ ଆକ୍ଟିଭ କରାଯିବ ବୋଲି କୁହାଯାଇଛି। ଏହି ଆକାଉଣ୍ଟରେ ସେୟାର ହୋଇଥିବା ପରିବାର ଫଟୋରେ ଯୁବତୀଙ୍କ ମୃତ୍ୟୁ ଯୌନ ଉତ୍ପୀଡ଼ନ କାରଣରୁ ହୋଇଛି। ଏହାକୁ ନେଇ ଆପତ୍ତିଜନକ ଫଟୋ ସେୟାର କରିଥିବାରୁ ସେମାନଙ୍କ ଆକାଉଣ୍ଟକୁ ଡିଆକ୍ଟିଭ କରାଯାଇଛି।
ଏହାକୁ ବିରୋଧ କରି ପ୍ରିୟଙ୍କା ଗାନ୍ଧୀ ନିଜ ଆକାଉଣ୍ଟରେ ରାହୁଲ ଗାନ୍ଧୀଙ୍କ ଫଟୋକୁ ପ୍ରୋଫାଇଲ ରଖିଥିବାର ଦେଖିବାକୁ ମିଳିଛି।