Below header

ଭଦ୍ରକ: ବଜ୍ରାଘାତରେ ଜଣେ ମୃତ

ଭଦ୍ରକ (କେନ୍ୟୁଜ): ଆକାଶରୁ ଖସିଲା ମୃତ୍ୟୁ । ହଠାତ ମାଡି ଆସିଲା କଳା ହାଣ୍ଡିଆ ମେଘ । କିଛି ବୁଝିବା ଆଗରୁ ଅଚାନକ ମୃତ୍ୟୁର ମରୀଚିକା ସବୁକିଛି ସାରିଦେଇଥିଲା । ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କେନ୍ଦୁଆପଦା ବରୁଡ଼େଶ୍ୱର ଗ୍ରାମର ରାକେଶ ଦାସ ନାମକ ଜଣେ ଚାଷୀର ବଜ୍ରାଘାତରେ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ଗତକାଲିସନ୍ଧ୍ୟାରେ ରାକେଶ ଓ ତାଙ୍କ ଭାଇ ମାନେ ଧାନ କିଆରିରେ ଧାନ ରୋଇ ଫେରୁଥିବା ସମୟରେ ଆକାଶ ମେଘାଚ୍ଛନ୍ନ ରହିଥିଲା । ବର୍ଷା ହେବା ସହ ବିଜୁଳି ମଧ୍ୟ ମାରୁଥିଲା । ଘରକୁ ଫେରୁଥିବା ସମୟରେ ଏହି ବଜ୍ରାଘାତ ମାରିବାରୁ ରାକେଶ ତଳେ ପଡିଯାଇଥିଲେ । ଏହାପରେ ଗ୍ରାମବାସୀମାନେ ୧୦୮ କୁ ଫୋନ କରିଥିଲେ । ମାତ୍ର ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ତାଙ୍କୁ ତୁରନ୍ତ ମୋଟରସାଇକେଲରେ ବସାଇ ଭଦ୍ରକ ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.