ମହାକାଶରେ ଚନ୍ଦ୍ର ସହ ପିଟି ହେଲା ରହସ୍ୟମୟ ରକେଟ୍‌, ସୃଷ୍ଟି ହୋଇଛି ଦୁଇଟି ଗାତ

କେନ୍ୟୁଜ୍(ବ୍ୟୁରୋ):  ମହାକାଶରେ ଚନ୍ଦ୍ର ସହ ପିଟି ହେଲା ରହସ୍ୟମୟ ରକେଟ୍‌ । ଏହାପରେ ଚନ୍ଦ୍ରପୃଷ୍ଠରେ ଦୁଇଟି ଗାତ ସୃଷ୍ଟି ହୋଇଛି । ଏନେଇ ଦାବି କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । ଚନ୍ଦ୍ରରେ ଏଭଳି ଘଟଣାକୁ ଦେଖି ନାସା ବୈଜ୍ଞାନିକ ତାଜୁବ ହୋଇଛନ୍ତି । ନାସାର ଲୁନାର ରିକନେସାନ୍ସ ଅର୍ବିଟର ବା ଏଲଆରଓ ଚନ୍ଦ୍ରରେ ସୃଷ୍ଟି ଗାତର ଫଟୋ ପଠାଇଛି । ଚଳିତବର୍ଷ ମାର୍ଚ୍ଚ ୪ ତାରିଖରେ ଏହି ଘଟଣା ଘଟିଥିଲା । ମେ ୨୫ ତାରିଖରେ ଫଟୋ ପଠାଇଥିଲା ନାସା ଏଲଆରଓ ।

ନାସା ବୈଜ୍ଞାନିକ ଅନୁମାନ କରୁଛନ୍ତି, ଚନ୍ଦ୍ର ସହ କୌଣସି ରହସ୍ୟମୟ ରକେଟ ପିଟି ହୋଇଛି । କାରଣ ଚନ୍ଦ୍ରପୃଷ୍ଠରେ ଗୋଟିଏ ସ୍ଥାନରେ କୌଣସି ବସ୍ତୁ ଖସିଲେ ଦୁଇଟି ଗାତ ହେବ ନାହିଁ । ଚନ୍ଦ୍ରପୃଷ୍ଠର ପୂର୍ବରେ ସୃଷ୍ଟି ଗାତର ବ୍ୟାସାର୍ଦ୍ଧ ୧୮ ମିଟର ଓ ପଶ୍ଚିମରେ ଯେଉଁ ଗାତ ହୋଇଛି ତାର ବ୍ୟାସାର୍ଦ୍ଧ ୧୬ ମିଟର । ତେବେ ଏହି ଦୁଇଟି ଗାତ କିଭଳି ଓ କେଉଁ ପରିସ୍ଥିତିରେସୃଷ୍ଟି ହେଲା ସେନେଇ ଅଧିକ ଗବେଷଣା ଜାରି ରଖିଛନ୍ତି ନାସା ବୈଜ୍ଞାନିକ । ପୂର୍ବରୁ ଚନ୍ଦ୍ର ସହ ଆପୋଲୋ-୧୩, ୧୪, ୧୫ ଓ ୧୭ର ରକେଟ୍‌ ଧକ୍କା ହୋଇଥିଲେ ବି ଦୁଇ ଦୁଇଟି ଗାତ କେବେ ହୋଇ ନଥିଲା । ମାର୍ଚ୍ଚରେ ଚନ୍ଦ୍ରପୃଷ୍ଠରେ ଦୁଇଟି ଗାତ ସୃଷ୍ଟି ହେବା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.