Below header

ଲକଡାଉନରେ ଡେଲିଭରି ବୟ ହୋଇ ବିକ୍ରି କରୁଥିଲେ ଦୁଇ ମୁଣ୍ଡିଆ ସାପ, ଅଭିଯୋଗ ପରେ 2 ଜଣଙ୍କୁ ଗିରଫ କଲା ପୋଲିସ

କରୋନା ଭାଇରସ ଯୋଗୁ ଭାରତରେ 3 ମେ’ ଯାଏ ଲକଡାଉନ ଜାରି ରହିଛି। ଏହି ଲକଡାଉନ ଭିତରେ କିଛି ଲୋକଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଇଛି। ଯେପରି, ସରକାରୀ ଅଫିସର, ଜରୁରୀ ସାମଗ୍ରୀ କିଣିବାକୁ ଥିବା ବ୍ୟକ୍ତି ଓ ଡେଲିଭରି ବୟ। କିନ୍ତୁ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଲକଡାଉନର ବି ଭୁଲ ଫାଇଦା ଉଠାଉଛନ୍ତି। ଏବେ କର୍ଣ୍ଣାଟକରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ବେଙ୍ଗାଲୁରୁର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଦୁଇଜଣ ବ୍ୟକ୍ତିଙ୍କୁ ଧରିଛି, ଯେଉଁମାନେ ଡେଲିଭରି ବୟ ହୋଇ ଦୁଇ ମୁଣ୍ଡିଆ ସାପ ବିକ୍ରି କରିବାକୁ ମସୁଧା ଚଳାଇଥିଲେ। ତେବେ ଟିମ ସେମାନଙ୍କୁ ଗିରଫ କରିନେଇଛି। ଗିରଫ ଅଭିଯୁକ୍ତ ଦ୍ବୟ ଅନଲାଇନ ଡେଲିଭରି ସର୍ଭିସର କର୍ମଚାରୀ ହୋଇ ବାହାରକୁ ବାହାରିଥିଲେ। କାଗଲିପୁରା ରେଞ୍ଜର ବନ ନିକଟରେ ଏ ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଦୁଇଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.