Below header

ବାଘୁଣୀ ପ୍ରେମ ପାଇଁ ଦୁଇ ମହାବଳଙ୍କ ଭିତରେ ଯୁଦ୍ଧ, କ୍ୟାମେରାରେ କଏଦ ହେଲା ନାଗପୁର ବ୍ୟାଘ୍ର ପ୍ରକଳ୍ପର ଏହି ଦୃଶ୍ୟ

ନାଗପୁର: ଯୋ ଜିତା ଓ୍ଵହି ସିକନ୍ଦର । ଚାଲିଛି ଭୟଂକର ଲଢେଇ । ଲଢୁଛନ୍ତି ଜଂଗଲର ଦୁଇ ରାଜା । କିନ୍ତୁ କାହିଁକି ଏହି ଲଢେଇ? ଦୁଇ ମହାବଳଙ୍କ ଉପରୁ ମାତ୍ର କିଛି ସମୟ ପାଇଁ ନଜର ହଟାନ୍ତୁ । ଆପଣ ଜାଣି ପାରିବେ ଲଢେଇର ପ୍ରକୃତ କାରଣ କଣ । କିଛି ଦୂରରେ ରହି ଦୁଇ ପୁରୁଷ ବାଘଙ୍କ ଲଢେଇ ଉପରେ ନଜର ରଖିଛି ବାଘୁଣୀ । ଯିଏ ଜିତିବ ସେ ହିଁ ହେବ ତାର ପ୍ରେମର ସାଥୀ । ପ୍ରେମ ପାଇଁ କେବଳ ମଣିଷ ନୁହେଁ, ପଶୁଙ୍କ ଭିତରେ ବି ଏମିତି ଭୟଂକର ଯୁଦ୍ଧ ହୁଏ । ଏହି ଦୃଶ୍ୟ ହେଉଛି ମହାରାଷ୍ଟ୍ର ନାଗପୁରର ତାଦୋବା ଅନ୍ଧେରୀ ବ୍ୟାଘ୍ର ପ୍ରକଳ୍ପର । ଏହି ବିରଳ ଦୃଶ୍ୟକୁ ଉପଭୋଗ କରିଥିଲେ ଜଣେ ପଶୁ ପ୍ରେମୀ । ଆଉ ତାଙ୍କ କ୍ୟାମେରାରେ ପୂରା ଦୃଶ୍ୟକୁ ଏକଦ କରିଥିଲେ । ୬ ମିନିଟ୍‌ ଧରି ଜଂଗଲର ଦୁଇ ରାଜାଙ୍କ ମଧ୍ୟରେ ଚାଲିଥିଲା ଲଢେଇ । ଶେଷରେ ବିଜୟୀ ହୋଇଥିଲା ୮ ବର୍ଷର ମହାବଳ କଙ୍କାଝରୀ । ଆଉ ହାରି ଯାଇଥିଲା ୪ ବର୍ଷର ଯୁବ ମହାବଳ ଯୋଗାମୋଗା । ଲଢେଇ ପରେ ଦୁଇ ମହାବଳ ବାଘୁଣୀ ପର୍ଯ୍ୟନ୍ତ ଯାଇଥିଲେ ଗୋଟିଏ ରାସ୍ତାରେ । ହେଲେ ବାଘୁଣୀ ପାଖରେ ପହଞ୍ଚିବା ପରେ ପରାଜିତ ପୁରୁଷ ବାଘ ରାସ୍ତା ତଳକୁ ଓହ୍ଲାଇ ଯାଇଥିଲା ।

ଦେଖନ୍ତୁ ଏହି ଭିଡିଓ :

video courtesy: TOI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.