ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ, ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା
ପୁରୀ(କେନ୍ୟୁଜ୍): ଆସନ୍ତାକାଲି ପବିତ୍ର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ସକାଳ ୬ଟାରେ ମଙ୍ଗଳ ଆଳତୀ, ଅବକାଶ ନୀତି ସକାଳ ୭ଟା, ଗୋପାଳ ବଲ୍ଲଭ ଭୋଗ ୮ଟାରୁ ୯ଟା ମଧ୍ୟରେ ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ୯ଟା ୩୦ରୁ ୧୨ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ହେବ। ୨ଟାରୁ ୩ଟା ମଧ୍ୟରେ ଛେରା ପହଁରା ହେବ। ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା।