ଆମେରିକାରେ ଭୟଙ୍କର ଗୁଳି କାଣ୍ଡ, ଚାହୁଁ ଚାହୁଁ ଚାଲିଗଲା ୨୨ ଜୀବନ

ଏଭଳି ଏକ ଅଭାବନୀୟ ଘଟଣା ଆମେରିକାରେ ଘଟିଯାଇଛି । ଏଠାରେ ହୋଇଛି ଭୟଙ୍କର ଗୁଳିକାଣ୍ଡ । ଏହି ଦୁର୍ଘଟଣାରେ ୨୨ ଜଣ ମୃତ୍ୟୁବରଣ କରିଛନ୍ତି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି ।

ବିଶ୍ୱରେ ଘାରିଛି ଅରାଜକତା । ଇସ୍ରାଏଲ ହମାସ ଯୁଦ୍ଧ ଭିତରେ ଆସିଛି ଆଉ ଏକ ଦୁଃଖଦ ଘଟଣା । ଯାହା ବିଷୟରେ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ । ଏଭଳି ଏକ ଅଭାବନୀୟ ଘଟଣା ଆମେରିକାରେ ଘଟିଯାଇଛି । ଏଠାରେ ହୋଇଛି ଭୟଙ୍କର ଗୁଳିକାଣ୍ଡ । ଏହି ଦୁର୍ଘଟଣାରେ ୨୨ ଜଣ ମୃତ୍ୟୁବରଣ କରିଛନ୍ତି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏଭଳି ଦୁଃଖଦ ପରିସ୍ଥିତି ସମସ୍ତଙ୍କୁ କରିଛି ମର୍ମାହତ । ଚାରିଆଡ଼େ ପଡିଛି ଶବ । ବନ୍ଧୁକର ଗୁଳିରେ ଚାଲିଗଲା ୨୨ ଜଣଙ୍କ ପ୍ରାଣ । କାହା ଛାତିରେ ଗୁଳି ବାଜିଛି ତ ଆଉ କାହା ମୁଣ୍ଡରେ । ଏମିତି ଅନେକ ଲୋକଙ୍କର ଆଖି ପିଛୁଳାକେ ମୃତ୍ୟୁ ଘଟିଛି । ଘରୁ ବାହାରିଥିଲେ ଖୁସି ହୋଇ କିନ୍ତୁ କିଏ ଜାଣିଥିଲା ମୃତ୍ୟୁ ଏମାନଙ୍କ ବାଟକୁ ଅନାଇ ବସିଛି । ହଠାତ ଏମାନଙ୍କ ଉପରକୁ ହୋଇଥିଲା ଗୁଳି ବର୍ଷା । ବନ୍ଧୁକର ଗୁଳି ଶବ୍ଦରେ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରୁ ଲୋକମାନେ ଦୌଡ଼ିବାକୁ ଲାଗିଥିଲେ । କିନ୍ତୁ ଗୁଳି ମୁନର ଶିକାର ହୋଇଥିଲେ କିଛି ଲୋକ । ଆଉ କିଛି ମିନିଟ ଭିତରେ ହିଁ ସବୁ କିଛି ଶେଷ ହୋଇ ଯାଇଥିଲା ।

ସୂଚନା ଅନୁସାରେ ଗତକାଲି ରାତିରେ ଆମେରିକାର ଲେବିଷ୍ଟୋନରେ ଭୟାବହ ଗୁଳିକାଣ୍ଡ ହୋଇଥିଲା । ଗୁଳିକାଣ୍ଡରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ୬୦ ଜଣ ଆହତ ହୋଇଛନ୍ତି । ଏକ ବାର ଓ ୱାଲମାର୍ଟ ଡିଷ୍ଟ୍ରିବ୍ୟୁସନ ସେଣ୍ଟରରେ ଗୁଳିମାଡ଼ କରିଛି ଜଣେ ବନ୍ଧୁକଧାରୀ । ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିପାରିନି ପୋଲିସ । ରିପୋର୍ଟ ଅନୁସାରେ ଅଭିଯୁକ୍ତ ନିକଟରେ ଏକ ଲମ୍ବା ବନ୍ଧୁକ ଥିଲା, ଯାହା ସାହଯ୍ୟରେ ସେ ଗୁଳି ବର୍ଷା କରିଥିଲା । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ରହିଛି । ଘଟଣାର ଅଧିକ ତଦନ୍ତ ଚାଲିଛି ।

ଆମେରିକାର ଲେବିଷ୍ଟୋନ ସହରର ପୋଲିସ୍ ଅଧିକାରୀମାନେ ଗୁଳି ବିନିମୟ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଆକ୍ଟିଭ୍‌ ସୁଟରଙ୍କୁ ଖୋଜୁଛନ୍ତି । ରିପୋର୍ଟ ଅନୁଯାୟୀ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ଦୁଇଟି ଫଟୋ ପୋଷ୍ଟ କରାଯାଇଛି ଯେଉଁଥିରେ ଅଭିଯୁକ୍ତ ତାର ହାତରେ ଏକ ସେମି ଅଟୋମେଟିକ୍ ରାଇଫଲ ଧରିଥିବା ଦେଖାଯାଇଛି । ଗୁଳି ବିନିମୟରେ ସମ୍ପୃକ୍ତ ଆକ୍ରମଣକାରୀ ରବର୍ଟ କାର୍ଡ ବୋଲି କୁହାଯାଉଛି । ସେ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ସେନାରେ ହାବିଲଦାର ଭାବରେ କାର୍ଯ୍ୟ କରିଥିଲା ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସ୍ଥାନୀୟ ବାସିନ୍ଦା ଘରୁ ବାହାରିବାକୁ ଭୟ କରୁଛନ୍ତି । ଅଭିଯୁକ୍ତ ଫେରାର ଥିବାରୁ ଲୋକମାନେ ଭୟରେ ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଅଭିଯୁକ୍ତକୁ ଖୋଜିବାଲେ ଲାଗିପଡ଼ିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.