ଶରଦ ପାଓ୍ଵାରଙ୍କୁ ଉଦ୍ଧବ ଠାକରେ କହିଲେ, ‘ଯାହା କରୁଛ ଠିକ୍‌ କରୁନ’

ବାରମ୍ବାର ଅଜିତ-ଶରଦଙ୍କ ସାକ୍ଷାତକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି । ନିକଟରେ ଉଦ୍ଧବ ଠାକରେ ମଧ୍ୟ ଶରଦଙ୍କୁ ‘‘ଯାହା କରୁଛ ଠିକ୍‌ କରୁନାହଁଁ ’’ବୋଲି କହିବାକୁ ପଛେଇ ନାହାଁନ୍ତି ।

ନୂଆଦିଲ୍ଲୀ : ମହାରାଷ୍ଟ୍ର ସରକାରରେ ଶିବସେନା ମେଣ୍ଟ ସହ ଅଜିତ ପାଓ୍ଵାର ମିଶିବା ପରେ ସେଠାରେ ରାଜନୀତି ଘଡିକେ ଘୋଡା ଛୁଟୂଛି । ଶରଦ ପାଓ୍ଵାର ବିଜେପିରେ ମିଶିବା ଖବରକୁ ଖଣ୍ଡନ କରିଥିଲେ ମଧ୍ୟ ପୁତୁରା ଅଜିତଙ୍କ ସହ ବାରମ୍ବାର ସାକ୍ଷାତ ଆଲୋଚନା ରାଜନୀତିକୁ ଗୋଳିଆ କରିଛି ।

ବାରମ୍ବାର ଅଜିତ-ଶରଦଙ୍କ ସାକ୍ଷାତକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି । ନିକଟରେ ଉଦ୍ଧବ ଠାକରେ ମଧ୍ୟ ଶରଦଙ୍କୁ ‘‘ଯାହା କରୁଛ ଠିକ୍‌ କରୁନାହଁଁ ’’ବୋଲି କହିବାକୁ ପଛେଇ ନାହାଁନ୍ତି ।

କାରଣ ଆଗାମୀରେ ମହାରାଷ୍ଟ୍ରରେ ‘ଇଣ୍ଡିଆ’ ର ବୈଠକ ହେବାକୁ ଥିବା ବେଳେ ଅଜିତଙ୍କ ସହ ଶରଦଙ୍କ ବାରମ୍ବାର ମିଶିବା ଦଳ ଉପରେ ଅନ୍ୟ ପ୍ରଭାବ ପକାଇବ ବୋଲି କହିଛନ୍ତି ଉଦ୍ଧବ ଠାକରେ । ଏହାର ଉତ୍ତରରେ ଶରଦ ପାଓ୍ଵାର କହିଛନ୍ତି, କିଛି ମୋର ଶୁଭେଚ୍ଛୁ ମୋତେ ବିଜେପିରେ ମିଶିବାକୁ କହୁଥିଲେ,ହେଲେ ମୁଁ ଏହାକୁ ଗ୍ରହଣ କରିନାହିଁ ବୋଲି ଶରଦ କହିଥିଲେ ।

ଏହାଛଡ଼ା ଦାଦା ସହ ପୁତୁରାଙ୍କ ମିଶିବାରେ କେଉଁଠି ଅସୁବିଧା ରହିଲା ବୋଲି ଶରଦ ପ୍ରଶ୍ନ କରିଥିଲେ । ଶିବସେନା ମୁଖପତ୍ର ‘ସାମନା’ରେ ମଧ୍ୟ ଅଜିତ ଓ ଶରଦଙ୍କ ବୈଠକକୁ ନେଇ ସମାଲୋଚନା କରାଯାଇଛି । ଶିବସେନା ନେତା ସଂଜୟ ରାଉତ ମଧ୍ୟ ଏଥିପାଇଁ ଶରଦ ପାଓ୍ଵାରଙ୍କୁ ସମାଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.