ପ୍ରେମ ପାଇଁ ନିଜ ଲୋକଙ୍କୁ ଛାଡି ଦେଇଥିଲେ ଏହି ଅଭିନେତ୍ରୀ, ବିବାହ ପାଇଁ ଛାଡିଦେଲେ ଘର

୧୯୮୬ରେ ଫିଲ୍ମ ‘ଏସେ ପ୍ୟାର କାହାଁ’ ପଦ୍ମିନୀଙ୍କ ସବୁଠୁ ଭଲ ଫିଲ୍ମ ଭାବେ ମାନ୍ୟତା ପାଇଥିଲା । ଏହି ଫିଲ୍ମର ପ୍ରଡ୍ୟୁସର ଥିଲେ ପ୍ରଦୀପ ଶର୍ମା । ପ୍ରଥମ ଥର ପ୍ରଦୀପଙ୍କ ସହ ପଦ୍ମିନୀଙ୍କ ଦେଖା ହୋଇଥିଲା ଫିଲ୍ମ ସେଟରେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା ।

ବଲିଉଡରେ ଫିଲ୍ମ କଳାକାରଙ୍କ ଜୀବନ ଯାହା ରିଲରେ ଦେଖିବାକୁ ମିଳିଥାଏ ତାହା ବାସ୍ତବରେ ହୋଇନଥାଏ । ବାସ୍ତବ ଜୀବନରେ ଛାତି ତଳେ ଦବି ରହିଥାଏ ବହୁ କୋହ ଆଉ କାହାଣୀ । ୮୦ ଦଶକରେ ପଦ୍ମିନୀ କୋଲ୍ହାପୁରୀ ବଲିଉଡରେ ଆଗଧାଡିର ଅଭିନେତ୍ରୀ ଭାବେ ବେଶ ନାମ ଅର୍ଜନ କରିଥିଲେ । ପଦ୍ମିନୀ ମାତ୍ର ୧୫ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିଲେ ।

୧୯୮୬ରେ ଫିଲ୍ମ ‘ଏସେ ପ୍ୟାର କାହାଁ’ ପଦ୍ମିନୀଙ୍କ ସବୁଠୁ ଭଲ ଫିଲ୍ମ ଭାବେ ମାନ୍ୟତା ପାଇଥିଲା । ଏହି ଫିଲ୍ମର ପ୍ରଡ୍ୟୁସର ଥିଲେ ପ୍ରଦୀପ ଶର୍ମା । ପ୍ରଥମ ଥର ପ୍ରଦୀପଙ୍କ ସହ ପଦ୍ମିନୀଙ୍କ ଦେଖା ହୋଇଥିଲା ଫିଲ୍ମ ସେଟରେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା ।

ପ୍ରେମ ପାଇଁ ପଦ୍ମିନୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ୨୧ ବର୍ଷ ବୟସରେ ସେ ପ୍ରଦୀପଙ୍କୁ ବିବାହ କଲେ । ବିବାହ ପାଇଁ ପଦ୍ମିନୀ ଘର ପରିବାରଙ୍କ ସାଙ୍ଗ ଛାଡିଦେଇଥିଲେ । ଘରୁ କିଛି ଆଣିନଥିଲେ ବି ଅଭନେତ୍ରୀ ପୁନମ ଧିଲନ ତାଙ୍କୁ କପଡା ଓ ଗହଣା ବିବାହରେ ପିନ୍ଧିବାକୁ ଦେଇଥିଲେ ।

ଏହା ଏକ ସାକ୍ଷାତକାରରେ କହିଥିଲେ ପଦ୍ମିନୀ । ଏକ କିସକୁ ନେଇ ପଦ୍ମିନୀ ବହୁତ ଚର୍ଚ୍ଚାକୁ ଆସିଥିଲେ । ୧୯୮୦ରେ ଯେତେବେଳେ ପ୍ରିନ୍ସ ଚାର୍ଲସ ଭାରତ ଆସିଥିଲେ ପଦ୍ମିନୀ କୋଲ୍ହାପୁରୀ ତାଙ୍କକୁ କିସ କରି ବହୁତ ବିବାଦକୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.