ନିୟମିତ କ୍ଲାସ ଓ ପରୀକ୍ଷା କରାଯାଉ: ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ କୁଳପତିଙ୍କୁ ଚିଠି ଲେଖିଲେ UGC

କେନ୍ୟୁଜ୍(ବ୍ୟୁରୋ): ଦେଶର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଖୋଲାଯାଉ। ଏହାସହ ନିୟମିତ କ୍ଲାସ ଓ ପରୀକ୍ଷା ମଧ୍ୟ ହେଉ। ଉଭୟ ଅଫଲାଇନ ଓ ଅନଲାଇନ ମୋଡରେ ପରୀକ୍ଷା କରିବାକୁ ସମସ୍ତ କୁଳପତି ଓ ଉଚ୍ଚତର ଶିକ୍ଷାସଂସ୍ଥାନ ମୁଖ୍ୟଙ୍କୁ ଚିଠି ଲେଖିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ। କୋଭିଡ ନିୟମ ପାଳନ କରି କ୍ଲାସ ଓ ପରୀକ୍ଷା କରାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ତେବେ କେଉଁ ମୋଡରେ ଶିକ୍ଷାଦାନ ଏବଂ ପରୀକ୍ଷା କରାଇବି ତାହା ସଂପୃକ୍ତ ସଂସ୍ଥା ନିଷ୍ପତ୍ତି ନେବେ। ସମସ୍ତ ପରିସ୍ଥିତିରେ କୋଭିଡ ଗାଇଡଲାଇନର କଡ଼ାକଡ଼ି ପାଳନ ପାଇଁ ଚିଠିରେ ନିର୍ଦ୍ଦେଶ ରହିଛି। ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ସହ ସମସ୍ତ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.