ଦୁର୍ଯ୍ୟୋଧନଙ୍କୁ ବଜ୍ର କରିବାକୁ କାହିଁକି ଚାହୁଁଥିଲେ ଗାନ୍ଧାରୀ ?

ଗାନ୍ଧାରୀଙ୍କ ନାମ ମଧ୍ୟ ସେହି ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ, ଯାହାର ବର୍ଣ୍ଣନା ମହାଭାରତର କାହାଣୀରେ ଆସିଥାଏ। ଗାନ୍ଧାରୀଙ୍କୁ ଜଣେ ସ୍ୱଚ୍ଛ ଏବଂ ଆଦର୍ଶ ମହିଳା ଭାବରେ ବିବେଚନା କରାଯାଏ। ମହାଭାରତ କାଳର ଶକ୍ତିଶାଳୀ ମହିଳା ଓ ପ୍ରମୁଖ ଚରିତ୍ର ମଧ୍ୟରୁ ଅନ୍ୟତମ ଥିଲେ ଗାନ୍ଧାରୀ। ମହାଭାରତରେ ଗାନ୍ଧାରୀଙ୍କ ଜୀବନ ସହ ଜଡ଼ିତ ଅନେକ ରହସ୍ୟମୟ ଘଟଣାର ଉଲ୍ଲେଖ ରହିଛି। ସେଥିମଧ୍ୟରୁ ଅନ୍ୟତମ ଗାନ୍ଧାରୀଙ୍କର ନିଜ ପୁତ୍ର ଦୁର୍ଯ୍ୟୋଧନ ଙ୍କୁ ଉଲଗ୍ନ ଦେଖିବାର ସର୍ତ୍ତ। ଗାନ୍ଧାରୀଙ୍କର ଏହି ଅସାମାନ୍ୟ ସର୍ତ୍ତ ପଛରେ ରହିଥିଲା ଏକ ବିରାଟ କାରଣ। ଗାନ୍ଧାରୀ ଗାନ୍ଧାର ରାଜ୍ୟର ରାଜା ସୁବଳ ଙ୍କ ଝିଅ ଥିଲେ। ଗାନ୍ଧାରା ଦେଶରୁ ଆସିଥିବାରୁ ତାଙ୍କ ନାମ ଗାନ୍ଧାରୀ ରଖାଗଲା |

ଯେତେବେଳେ ଗାନ୍ଧାରୀ ଅନ୍ଧ ଧୃତରାଷ୍ଟ୍ରଙ୍କୁ ବିବାହ କରିଥିଲେ, ଗାନ୍ଧାରୀ ମଧ୍ୟ ନିଜ ଆଖିରେ ବାନ୍ଧିପୁଟୁଳି ବାନ୍ଧିଦେଇଥିଲେ । ଗାନ୍ଧାରୀ କହିଛନ୍ତି ଯେ ଯେତେବେଳେ ମୋ ସ୍ୱାମୀ ଅନ୍ଧ ଓ ତାଙ୍କୁ ଜଗତ ଦେଖିବାର ଅଧିକାର ନାହିଁ । ମୁଁ ମଧ୍ୟ ଆଖି ଥାଇବି ଦୁଷ୍ଟିହୀନ ହେବାକୁ ଚାହେଁ । ସେ ଜଣେ ପତିବ୍ରତା ନାରୀ ହେବା ସହ ଜଣେ ମହାଶିବ ଭକ୍ତ ମଧ୍ୟ ଥିଲେ। ନିଜ ତପସ୍ୟା ରେ ଶିବ ଙ୍କୁ ପ୍ରସନ୍ନ କରି ଏକ ବରଦାନ ପାଇଥିଲେ। ଯଦି ଗାନ୍ଧାରୀ ନିଜ ଆଖିରେ କାହାକୁ ନଗ୍ନ ଅବସ୍ଥାରେ ଦେଖିବେ ତେବେ ତାହାର ଶରୀର ବଜ୍ର ରେ ପରିଣତ ହୋଇଯିବ। ଏମିତି ରେ ଗାନ୍ଧାରୀ ନିଜ ଆଖିରେ ସବୁବେଳେ ପଟି ବାନ୍ଧି ରଖିଥିଲେ। ମହାଭାରତ ଯୁଦ୍ଧ ଅନ୍ତିମ ଚରଣ ରେ ପହଞ୍ଚିଥିଲା କୌରବଙ୍କ ଯୋଦ୍ଧା ଓ ଗାନ୍ଧାରୀଙ୍କ ୯୯ ପୁତ୍ର ମୃତ୍ୟୁ ପ୍ରାପ୍ତ କରିସାରିଥିଲେ। ସେତେବେଳେ ଗାନ୍ଧାରୀଙ୍କ ମନରେ ପୁତ୍ରମୋହ ଜନ୍ମନେଲା ଓ ସେ ନିଜ ପୁତ୍ର ଦୁର୍ଯ୍ୟୋଧନ ଙ୍କ ମୃତ୍ୟୁକୁ ନେଇ ଭୟଭୀତ ହୋଇଯାଇଥିଲେ। ତେଣୁ ଗାନ୍ଧାରୀ ନିଜ ପୁତ୍ର ଦୁର୍ଯ୍ୟୋଧନ ଙ୍କୁ ବଂଚାଇବାପାଇଁ ପ୍ରୟାସ କରିଥିଲେ।

ଦୁର୍ଯ୍ୟୋଧନଙ୍କ ଭୀମ ଙ୍କ ସହ ଯୁଦ୍ଧ ହେବା ପୂର୍ବରୁ ହିଁ ଭଗବାନ ଶିବଙ୍କ ଦ୍ଵାରା ପ୍ରାପ୍ତ ବରଦାନର ବ୍ୟବହାର କରି ନିଜ ଆଖିର ପଟି ଖୋଲି ଦୁର୍ଯ୍ୟୋଧନଙ୍କ ଶରୀରକୁ ବଜ୍ର ରେ ପରିଣତ କରିବାକୁ ଚାହିଁଲେ। ଗାନ୍ଧାରୀ ଦୁର୍ଯ୍ୟୋଧନ ଙ୍କୁ ଗଙ୍ଗା ରେ ସ୍ନାନ କରି ନଗ୍ନ ଅବସ୍ଥାରେ ତାଙ୍କ ସମ୍ମୁଖକୁ ଆସିବାକୁ ଆଦେଶ ଦେଇଥିଲେ। କିନ୍ତୁ ଶ୍ରୀକୃଷ୍ଣଙ୍କ କଥାରେ ପଡି ଦୁର୍ଯ୍ୟୋଧନ ନିଜ ଗୁପ୍ତାଙ୍ଗ କୁ ପତ୍ର ଦ୍ଵାରା ଲୁଚାଇଦେଲେ। ଯାହାଦ୍ବାରା ତାଙ୍କର ଗୁପ୍ତାଙ୍ଗ ଓ ଜଙ୍ଘ ବଜ୍ରରୁପି ହୋଇପାରିଲା ନାହିଁ।

ଦୁର୍ଯ୍ୟୋଧନ ସ୍ନାନ ସାରି ଫେରୁଥିବାବେଳେ ଶ୍ରୀକୃଷ୍ଣ ତାଙ୍କ ସମ୍ମୁଖ କୁ ଯାଇ ତାଙ୍କୁ କଟାକ୍ଷ କରିଥିଲେ। ବୟସ୍କ ହୋଇ ଉଲଗ୍ନ ଅବସ୍ଥାରେ ନିଜ ମାତା ଙ୍କ ସମ୍ମୁଖକୁ ଯିବା ଆମ ଭାରତବଂଶ ର ପରମ୍ପରା ନୁହେଁ। ଏହା ଶୁଣିଲା ପରେ ଦୁର୍ଯ୍ୟୋଧନ ନିଜ ଗୁପ୍ତାଙ୍ଗ ରେ କଦଳିପତ୍ର ଘୋଡାଇ ଦେଇ ମାତା ଗାନ୍ଧାରୀ ଙ୍କ ପାଖକୁ ଯାଇଥିଲେ। ଗାନ୍ଧାରୀ କେବେ ନିଜ ଅନ୍ୟ ପୁତ୍ରଙ୍କୁ ଦେଖିନଥିଲେ ମଧ୍ୟ କ୍ଷଣକ ପାଇଁ ନିଜ ପଟି ଖୋଲି ଦୁର୍ଯ୍ୟୋଧନ ଙ୍କୁ ଦେଖିଥିଲେ ଓ ତାଙ୍କ ଶରୀର ବଜ୍ର ରେ ପରିଣତ ହୋଇଥିଲା। କିନ୍ତୁ କଦଳିପତ୍ର ଯୋଗୁଁ ଦୁର୍ଯ୍ୟୋଧନ ଙ୍କ ଜଙ୍ଘ ଓ ଗୁପ୍ତାଙ୍ଗ ଦୁର୍ବଳ ରହିଗଲା। ପରଦିନ ଯୁଦ୍ଧ ସମୟରେ ଭୀମ ନିଜ ଗଦା ଦ୍ଵାରା ଦୁର୍ଯ୍ୟୋଧନଙ୍କ ଜଙ୍ଘ ରେ ପ୍ରହାର କରିବା ଦ୍ଵାରା ତାଙ୍କର ମୃତ୍ୟୁ ଘଟିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.