୧୪ ହଜାରରୁ କମ୍ ଟଙ୍କାରେ କିଣନ୍ତୁ ନୂଆ iPhone, ଫ୍ଲିପକାର୍ଟ ଅଫର

iPhone, ସେ ପୁଣି ମାତ୍ର ୧୪,୦୦୦ରୁ କମ୍ ଟଙ୍କାରେ। ହୁଏତ ଆପଣ ବିଶ୍ୱାସ କରିବେନି ଯେପର୍ଯ୍ୟନ୍ତ ଆପଣ ଏହାକୁ ନ କିଣିଛନ୍ତି। ଫୋନ କମ୍ପାନୀ ଏବେ ଅଫର ଉପରେ ଅଫର ଦେଉଛନ୍ତି । ସେହିପରି ବର୍ତ୍ତମାନ ଫ୍ଲିପକାର୍ଟ, ଭିଭୋ ପରେ ଏବେ ଆଇଫୋନର ଆଣିଛି ଦମଦାର ଅଫର୍। iPhone ଲଭର୍ସଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏବେ iPhone SE 2020 କୁ ଆପଣ ୧୪ ହଜାର ଟଙ୍କାରେ କିଣିପାରିବେ। ଫ୍ଲିପକାର୍ଟରେ ଏହା ଉପରେ ଭଲ ଅଫର୍ ରହିଛି।

ଫ୍ଲିପକାର୍ଟରେ iPhone SE କୁ ଏବେ ଅଫର ହିସାବରେ ୨୯,୨୯୯ ଟଙ୍କାରେ ବିକ୍ରି କରାଯାଉଛି। ଏହି ରେଟ୍ ଆଇଫୋନର ବେସ ଭାରିଆଣ୍ଟ ପାଇଁ ରଖା ଯାଇଛି। ବେସ ଭାରିଆଣ୍ଟରେ 64GB ଇଣ୍ଟରନାଲ ମିମୋରୀ ରହିଛି। ଏହା ସହିତ ଏହି ଫୋନ୍ ଉପରେ ୨୬ ପ୍ରତିଶତ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି। କେବଳ ସେତିକି ନୁହେଁ ଏହା ଛଡା iPhone SE କିଣିବା ଦ୍ଵାରା ଫ୍ଲିପକାର୍ଟ ବ୍ୟାଙ୍କ ଡିସକାଉଣ୍ଟ ଓ ଏକ୍ସଚେଞ୍ଜ ଅଫର୍ ମଧ୍ୟ ରହିଛି।

ଏକ୍ସଚେଞ୍ଜ ଅଫର୍ ବିଷୟରେ କହିବାକୁ ଗଲେ ଏଥିରେ ଆପଣଙ୍କୁ iPhone SE 2020 ପାଇଁ ୧୪ ହଜାର ଟଙ୍କାରୁ ମଧ୍ୟ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। iPhone SE କୁ ଫ୍ଲିପକାର୍ଟରେ କିଣିଲେ ଆପଣଅଙ୍କୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର୍ ଦିଆଯିବ। ଯେଉଁଥିରେ ଏହାର ପ୍ରାଇସ କମି ୧୩,୭୯୯ ହୋଇଯିବ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ପିନକୋଡ ଦେଇ ଚେକ୍ କରିବାକୁ ପଡ଼ିବ ଯେ ଆପଣଙ୍କ ଅଞ୍ଚଳରେ ଏକ୍ସଚେଞ୍ଜ ଅଫର ଅଛି ନା ନାହିଁ। ଏହାସହିତ ଏକ୍ସଚେଞ୍ଜ ଅଫର ଆପଣଙ୍କ ଫୋନର ମଡେଲ ଉପରେ ମଧ୍ୟ ନିର୍ଭର କରେ। ଯଦି ଆପଣଙ୍କ ଫୋନ୍ ଭଲ କଣ୍ଡିସନରେ ଅଛି ତେବେ ଏହାର ଏକ୍ସଚେଞ୍ଜ ଭାଲ୍ୟୁ ଆପଣଙ୍କକୁ ଅଧିକ ମିଳିବ। ଏହି ଫୋନକୁ UPI ଟ୍ରାଞ୍ଜାକ୍ସନ୍ କରି ନେଲେ ଆଡିସ୍ନାଲ୍ ୨୦୦ ଟଙ୍କା ଅଫ୍ ମିଳିବ।

ଏହାଛଡା କ୍ରେଡିଟ ଓ ଡେବିଟ କାର୍ଡରେ ଏହି ଫୋନକୁ ନେଲେ ଆପଣଙ୍କୁ ୧୦ ପ୍ରତିଶତର ଡିସକାଉଣ୍ଟ ମାନେ ୭୫୦ ର ଅଫ୍ ମିଳିବ। ଫ୍ଲିପକାର୍ଟ ଫ୍ରିବିଜ ଅଫର ଜରିଆରେ ଆପଣଙ୍କୁ iPhone SE ସହିତ ହଟଷ୍ଟାର୍ ମୋବାଇଲ ସବସ୍କ୍ରିପସନ୍ ଫ୍ରି ଦିଆଯିବ। ଯାହାକି ଅପଣଙ୍କ ପାଇଁ ଲାଭଦାୟକ। ଯଦି ଆପଣଙ୍କ ବଜେଟ୍ ଅଧିକ ରହିଛି ତେବେ ଆପଣ iPhone 11 ବା iPhone 12 ମଧ୍ୟ କିଣିପାରିବେ। ଏହି ମଡେଲ ଉପରେ ମଧ୍ୟ ଫ୍ଲିପକାର୍ଟରେ ଡିସକାଉଣ୍ଟ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.