‘ସ୍ୱର୍ଗ କି ସିଢି’ରେ ଚଢିଥିବା ବ୍ୟକ୍ତି ମୃତ, ୩୦୦ ଫୁଟ ତଳକୁ ଖସିଲେ

୩୦୦ ଫୁଟ ତଳକୁ ଖସିପଡି ଯୁବକ ମୃତ । ବ୍ରିଟେନର ଜଣେ ୪୨ ବର୍ଷୀୟ ବ୍ୟକ୍ତି ଅଷ୍ଟ୍ରିଆର ଏକ ପର୍ବତରେ ଥିବା ସ୍ୱର୍ଗ କି ସିଢିରେ ଚଢୁଥିବା ବେଳେ ଖସିପଡି ମୃତ୍ୟୁବରଣ କରିଛନ୍ତି ।

ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଆଜିକାଲିର ଯୁବପିଢି ମୃତ୍ୟୁକୁ ଡାକି ଆଣୁଛନ୍ତି । ଇନଷ୍ଟାଗ୍ରାମରେ ବେଶ୍‌ ଲୋକପ୍ରିୟ ହୋଇଥିବା ‘ସ୍ୱର୍ଗ କି ସିଢି’ରେ ଚଢିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି । ଅଷ୍ଟ୍ରିଆର ଏକ ପର୍ବତରେ ଥିବା ସଂକୀର୍ଣ୍ଣ ସିଢିରେ ଚଢୁଥିବା ବେଳେ ଖସିପଡି ମୃତ୍ୟୁବରଣ କରିଛନ୍ତି ଜଣେ ବ୍ୟକ୍ତି ।

ଖବର ମୁତାବକ, ଅଷ୍ଟ୍ରିଆର ଏକ ପର୍ବତରେ ଥିବା ସ୍ୱର୍ଗ କି ସିଢିରେ ଚଢୁଥିବା ବେଳେ ଜଣେ ବ୍ୟକ୍ତି ୯୦ ମିଟରରୁ ଅଧିକ ଉଚ୍ଚ ଚଢିଥିବା ବେଳେ ୩୦୦ ଫୁଟ ତଳକୁ ଖସିପଡିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ପଏଣ୍ଟ ଇନଷ୍ଟାଗ୍ରାମରେ ଫଟୋ ଲର୍ଭସ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ । ଏହି ସିଢି ପବନରେ ଝୁଲୁଥାଏ । ଏହାକୁ ସ୍ଥାନୀୟ ଲୋକେ ସ୍ୱର୍ଗ କି ସିଢି ବୋଲି କୁହନ୍ତି । ଏହି ସିଢି ସାଲଜବର୍ଗରୁ ଡେଚଷ୍ଟିନ ପର୍ବତକୁ ଯାଇଥାଏ ।

ତେବେ ଏହି ଦୁର୍ଘଟଣା ୧୨ ସେପ୍ଟେମ୍ବରରେ ହୋଇଥିଲା । ୪୨ ବର୍ଷୀୟ ବ୍ୟକ୍ତି ବିନା କୌଣସି ଗାଇଡରେ ଏକୁଟିଆ ସିଢି ଚଢିଥିଲେ । ଏହି ସମୟରେ ତାଙ୍କ ଗୋଡ ଖସିଯାଇଥିଲା ଫଳରେ ଯୁବକ ଜଣକ ତଳକୁ ଖସିପଡିଥିଲେ । ଆଉ ତାଙ୍କର ମୃତ୍ୟୁ ହୋଇଥିଲା ।

 

View this post on Instagram

 

A post shared by 365 Austria (@365austria)

ଦୁର୍ଘଟଣା ପରେ ପୋଲିସ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଦୁଇଟି ହେଲିକପ୍ଟର ଘଟଣାସ୍ଥଳକୁ ପଠାଇଥିଲେ । କିନ୍ତୁ ଉଦ୍ଧାରକାରୀ ଟିମକୁ ତାଙ୍କ ମୃତଦେହ ମିଳିଥିଲା । ତେବେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ।
ସୂଚନାଯୋଗ୍ୟ, ଏହି ସ୍ୱର୍ଗ କି ସିଢିକୁ ଟ୍ରେକିଂରେ ସଉକ ରଖିଥିବା ଲୋକ ଏଠାକୁ ଯାଆନ୍ତି । ସିଢିରେ ଚଢିବାକୁ ୪ଟି ପର୍ଯ୍ୟାୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.