ସବୁବେଳେ କ୍ଲାନ୍ତ ରହୁଛନ୍ତି କି? ତୁରନ୍ତ ଏହି ଜିନିଷ ଖାଇବା ବନ୍ଦ କରନ୍ତୁ

ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ଥକାପଣ ଏବଂ ନିଦ ଆସିବା ପରି ସମସ୍ୟାର ସାମ୍ନା କରିଥାନ୍ତି । ଏହା ପଛରେ ଅନେକ କାରଣ ଥାଇପାରେ, ଯାହା ମଧ୍ୟରୁ ଗୋଟିଏ ହେଉଛି ଆପଣଙ୍କ ଅସ୍ୱାସ୍ଥ୍ୟକର ଜୀବନଶୈଳୀ । ଅନେକ ଥର କିଛି ଜିନିଷ ଖାଇବା ହେତୁ ଆପଣଙ୍କୁ ଥକାପଣର ସାମ୍ନା କରିବାକୁ ପଡିଥାଏ ।

ବହୁତ ଲୋକ ଅଛନ୍ତି ଯେଉଁମାନେ ସବୁବେଳେ କ୍ଲାନ୍ତ ଅନୁଭବ କରନ୍ତି । ଏହା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନୁହେଁ ବରଂ କାମ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏହା ପଛରେ ଅନେକ କାରଣ ଥାଇପାରେ ଯେପରିକି ଥକାପଣ, ସ୍ର୍ଟେସ୍‌, ମେଡିକାଲ କଣ୍ଡିସନ୍‌ ଏବଂ ଜୀବନଶୈଳୀ । ଅନେକ ଥର କିଛି ଜିନିଷ ଖାଇବା ହେତୁ ଆପଣଙ୍କୁ ଥକାପଣର ସାମ୍ନା କରିବାକୁ ପଡିଥାଏ । ଆସନ୍ତୁ ଜାଣିବା ସେହି ଜିନିଷଗୁଡିକ ବିଷୟରେ-

ପ୍ରୋସେସ୍ଡ ଏବଂ ଫାଷ୍ଟଫୁଡ୍‌: ପ୍ରୋସେସ୍ଡ ଏବଂ ଫାଷ୍ଟଫୁଡ୍‌ରେ ଅସ୍ୱାସ୍ଥ୍ୟକର ଫ୍ୟାଟ, ରିଫାଇନ୍ଡ କାର୍ବୋହାଇଡ୍ରେଟ ଏବଂ ଆଡେଡ୍‌ ଚିନିର ମାତ୍ରା ବହୁତ ଅଧିକ ଥାଏ । ଏହି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ସୁଗାର ଲେବଲ ତୁରନ୍ତ ବଢିଯାଏ ଏବଂ ହଠାତ୍‌ କମିଯାଏ । ଯାହା ଦ୍ୱାରା ଆପଣଙ୍କ ଏନର୍ଜି ତୁରନ୍ତ କମିଯାଇଥାଏ ଏବଂ ଥକା ଅନୁଭବ ହୋଇଥାଏ ।

ହାଇ ସୁଗାର ଫୁଡ୍‌: ହାଇ ଶୁଗାରଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଅସ୍ଥାୟୀ ଭାବେ ଏନର୍ଜି ଲେବଲ ବଢିଯାଏ ଏବଂ ହଠାତ୍‌ କମିଯାଏ । ଏହି ଜିନିଷ ଖାଇବା ଦ୍ୱାରା ଶରୀରରେ ଦ୍ରୁତଗତିରେ ବ୍ଲଡ୍‌ ସୁଗାର ଲେବଲ ଯେତିକି ମାତ୍ରରେ ବଢିଥାଏ ସେତିକି ମାତ୍ରରେ କମ୍‌ ମଧ୍ୟ ହୋଇଯାଏ । ଯାହା ଦ୍ୱାରା ଆପଣଙ୍କୁ ଥକାପଣର ସମ୍ମୁଖୀନ ହେବାକୁ ପଡିଥାଏ ।

ହାଇ ଫ୍ୟାଟ ଫୁଡ୍‌: ଯଦିଓ ଫ୍ୟାଟ ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ କିନ୍ତୁ ହାଇ ଫ୍ୟାଟ ଫୁଡ୍‌ ଖାଇବା ଦ୍ୱାରା ଆପଣଙ୍କୁ ନିଦ ଏବଂ ଥକା ଲାଗିଥାଏ । ଅଧିକ ଫ୍ୟାଟଯୁକ୍ତ ଖାଦ୍ୟକୁ ହଜମ କରିବା ପାଇଁ ଆବଶ୍ୟକତାଠାରୁ ଅଧିକ ସମୟ ଲାଗେ । ଏହାକୁ ହଜମ କରିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡେ ଯେଉଁଥିପାଇଁ କ୍ଲାନ୍ତ ଅନୁଭବ ହେଇଥାଏ ।

ରିଫାଇନ୍ଡ ଖାଦ୍ୟ : ରିଫାଇନ୍ଡ ଖାଦ୍ୟ ଯେପରି ଧଳା ଚାଉଳ, ପାସ୍ତା, ହ୍ଵାଇଟ୍‌ ବ୍ରେଡ ଆଦିରେ ପୋଷକତତ୍ୱ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ମାତ୍ରା ବହୁତ କମ୍‌ ଥାଏ । ଏହି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ସୁଗାର ଲେବଲ ତୁରନ୍ତ ବଢିଯାଏ ଏବଂ ହଠାତ୍‌ କମିଯାଏ । ଯାହା ଦ୍ୱାରା ଆପଣଙ୍କୁ ଥକା ଅନୁଭବ ହେଇଥାଏ ।

ଏନର୍ଜି ଡ୍ରିଙ୍କ୍ସ: ଏନର୍ଜି ଡ୍ରିଙ୍କ୍ସ ଏବଂ ଅତ୍ୟଧିକ ପରିମାଣରେ କ୍ୟାଫେନ ଥିବା ପଦାର୍ଥ ଖାଇବା ଦ୍ୱାରା ଶରୀରରେ ଅସ୍ଥାୟୀ ରୂପରେ ଏନର୍ଜି ମିଳିଥାଏ । ଏତଦ୍‌ ବ୍ୟତୀତ,ଏହି ପଦାର୍ଥ ଗୁଡିକ ଖାଇବା ଦ୍ୱାରା ଆପଣଙ୍କ ଶୋଇବା ପ୍ୟାର୍ଟନକୁ ମଧ୍ୟ ଖରାପ କରିଥାଏ । ଏଥିପାଇଁ ଆପଣଙ୍କୁ ସବୁବେଳେ ଥକାପଣର ସମ୍ମୁଖୀନ ହେବାକୁ ପଡିଥାଏ ।

ଲୋ-ଆଇରନ ଫୁଡ୍‌: ଆମ ଶରୀରର ସମସ୍ତ ଅଙ୍ଗକୁ ଅକ୍ସିଜେନ ପହଞ୍ଚାଇବା ପାଇଁ ଆଇରନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଶରୀରରେ ଆଇରନ ଅଭାବରେ ଆନୀମିଆ, ଥକାପଣ ଓ ଦୁର୍ବଳ ଲାଗିଥାଏ । ପ୍ରୋସେସ୍ଡ ଫୁଡ୍‌, ଫାଷ୍ଟଫୁଡ୍‌, ରିଫାଇନ୍ଡ ଖାଦ୍ୟରେ ଆଇରନର ମାତ୍ରା ବହୁତ କମ୍‌ ଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.