ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ କଲେ ଅନାବରଣ

ଦେଶରେ ସନାତନ ଧର୍ମକୁ ପୁନଃସ୍ଥାପନା କରିଥିବା ଆଦି ଶଙ୍କରାଚାର୍ଯ୍ୟାଙ୍କ ସମ୍ମାନରେ ନିର୍ମାଣ ହୋଇଛି ୧୦୮ ଫୁଟ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି । ଆଜି ଏହାକୁ ଓଁକାରେଶ୍ୱରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ ଉଦ୍‌ଘାଟନ କରିଛନ୍ତି ।

ମଧ୍ୟପ୍ରଦେଶର ଓଁକାରେଶ୍ୱରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ବିଶାଳ ପ୍ରତିମୂର୍ତ୍ତି ନର୍ମଦା ନଦୀ କୂଳରେ ମାନ୍ଧାତା ପାହାଡ ଉପରେ ରହିଛି । ଏହି ମୂର୍ତ୍ତିର ଉଚ୍ଚତା ୧୦୮ ଫୁଟ । ଏହା ୨୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ଏହା ଅଷ୍ଟଧାତୁରେ ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଏହି ମୂର୍ତ୍ତିକୁ ଉନ୍ମୋଚିତ କହିବା ସହିତ ଅଦଭେତ୍ୟ ଲୋକର ଶିଳାନ୍ୟାସ ଏବଂ ଭୂମି ପୂଜା ମଧ୍ୟ କରିବେ । ୧୦୮ ଫୁଟ ଉଚ୍ଚ ଏହି ପ୍ରତିମାର ନାମ ଏକାତ୍ମତା ଏବଂ ପ୍ରତିମା ରଖାଯାଇଛି ।

ଖଣ୍ଡୱା ଜିଲ୍ଲାରେ ନର୍ମଦା ନଦୀ କୂଳରେ ଓଁକାରେଶ୍ୱର ମନ୍ଦିରର ଏବଂ ସହର ରହିଛି । ଏଠାରେ ଦାର୍ଶନୀକ ଏବଂ ହିନ୍ଦୁ ଧର୍ମର ପ୍ରତିଷ୍ଠାତା ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟର ପ୍ରତିମା ଏଠାରେ ନିର୍ମାଣ ହୋଇଛି । ଏଠାରେ ଅଦଭେତ୍ୟ ଲୋକ ନାମରେ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ ହୋଇଛି । ଏଠାରେ ୩ ଡି ହୋଲଗ୍ରାମ ମଧ୍ୟ ଲଗାଯାଇଛି ଯାହାଫଳରେ ଏଠାରେ ଲୋକମାନେ ଶଙ୍କରାଚାର୍ଯ୍ୟଙ୍କ ସିନ୍ଧାନ୍ତକୁ ବୁଝି ପାରିବେ ଏବଂ ତାହା ଉପରେ ଜ୍ଞାନ ମଧ୍ୟ ଲାଭ କରିପାରିବେ ।

ଏହାକୁ ସେପ୍ଟେମ୍ବର ୧୮ ତାରିଖରେ ଉନ୍ମୋଚନ କରିବାର ଥିଲା କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଏହାକୁ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ।

ମାନ୍ୟତା ରହିଛି କି, ଶଙ୍କରାଚାର୍ଯ୍ୟଙ୍କ ଜନ୍ମ କେରଳରେ ହୋଇଥିଲା । ବାଲାବସ୍ଥାରେ ସନ୍ନ୍ୟାସ ନେବା ପରେ ଓଁକାରେଶ୍ୱରକୁ ଆସି ଏଠାରେ ୪ ବର୍ଷ ପାଇଁ ବିଦ୍ୟା ପ୍ରାପ୍ତ କରିଥିଲେ । ଧାର୍ମିକ ମାନ୍ୟତା ଅନୁସାରେ ଶଙ୍କରାଚାର୍ଯ୍ୟ ଅଦୈତ୍ୱ ବେଦାନ୍ତ ଦର୍ଶନ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଁକାରେଶ୍ୱରରୁ ୧୨ ବର୍ଷ ବୟସରେ ଅନ୍ୟ ସ୍ଥାନକୁ ଯାତ୍ରା କରିଥିଲେ । ଭଗବାନ ଶିବଙ୍କୁ ସମର୍ପିତ ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ଓମକାରେଶ୍ୱର ଅନ୍ୟତମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.