ୟୁକ୍ରେନ ଉପରେ ମିଜାଇଲ ମାଡ଼ ପରେ ରୁଷ କଲା ସାଇବର ଆଟାକ! ହଜାର ହଜାର କମ୍ପ୍ୟୁଟର ନଷ୍ଟ

ମସ୍କୋ:  ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସାମରିକ ନିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ରୁଷ ସାମାରିକ ଆକ୍ରମଣ ଜାରି ରଖିଛି | ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଅଧିକାଂଶ ସ୍ଥାନରେ ବ୍ୟାପକ କ୍ଷୟକ୍ଷଟି ହୋଇଛି | ରୁଷ ଏକରକମ ୟୁକ୍ରେନକୁ ଘେରି ରହିଛି | ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଥବା ବେଳେ ୟୁକ୍ରେନ ଉପରେ ଏବେ ସାଇବର ଆଟାକ ଜାରି ରଖିଛି ରୁଷ | ପ୍ରଥମେ ମସାଇଲ ଓ ଗୁଳିମାଡ଼ କରୁଥିବା ରୁଷ ଏବେ ୟୁକ୍ରେନର କମ୍ପ୍ୟୁଟରଗୁଡ଼ିକୁ ଟାର୍ଗେଟ କରିଛି | ମସ୍କୋର ସାଇବର ଆଟାକ ଯୋଗୁ ୟୁକ୍ରେନର ବ୍ୟାଙ୍କ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ହଜାର ହଜାର କମ୍ପ୍ୟୁଟର ଅଚଳ ହୋଇଛି |

ଭୟଙ୍କର ସଫ୍ଟୱେର ଜରିଆରେ ହମଲା କରାଯାଇଛି

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାଇ, ରୁଷ ପକ୍ଷରୁ ୟୁକ୍ରେନର ହଜାର ହଜାର କମ୍ପ୍ୟୁଟର ଉପରେ ହମଲା କରାଯାଇଛି | ଟ୍ୱିଟରରେ ପୋଷ୍ଟ ହୋଇଥିବା ବୟାନରେ କମ୍ପାନୀ କହିଛି ଯେ ତଥ୍ୟ ଡିଲିଟ କରିବାର କ୍ଷମତା ରଖିଥିବା ସଫ୍ଟୱେରକୁ ୟୁକ୍ରେନର ହଜାର ହଜାର କମ୍ପ୍ୟୁଟର୍‌ରେ ଇନଷ୍ଟଲ କରିଛି।

ଫଳରେ ରୁଷ ସାଇବର ଆଟାକ କରି ୟୁକ୍ରେନର ସବୁ ଗୁପ୍ତ ତଥ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରିଛି | ଏପରି ଆଟାକ କରିବା ପାଇଁ ରୁଷ ବହୁତ ପୂର୍ବରୁ ଯୋଜନା କରିଥିଲା | ଏହି ସଫ୍ଟୱେର ବହୁତ ସ୍ଥାନରେ ବିସ୍ତାର ଭାବେ ଇନଷ୍ଟଲ କରାଯାଇଛି ବୋଲି ସାଇବର ଏକ୍ସପର୍ଟ ବିକ୍ରମ ଠାକୁର କହିଛନ୍ତି |

ୟୁକ୍ରେନ ଓ ଲାଟିଭିଆର ବିଭିନ୍ନ କମ୍ପ୍ୟୁଟରରେ ଏହାକୁ ଦେଖିବାକୁ ମିଳିଛି | ବାସ୍ତବରେ ଏହା ପଛରେ କାହାର ହାତ ରହିଛି, ସେକଥା କୁହାଯାଇ ପାରିନାହିଁ | କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ରୁଷ ହିଁ ଏପରି କାଣ୍ଡ ଘଟାଇଥାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।

ପୂର୍ବରୁ ମଧ୍ୟ ଅନେକ ଥର ବିଭିନ୍ନ ଦେଶ ଉପରେ ରୁଷ ସାଇବର ଆଟାକ କରିଥିବା ଅଭିଯୋଗ ହୋଇଛି | ତେବେ ଏହାକୁ ମସ୍କୋ ବାରମ୍ବାର ଖଣ୍ଡନ କରିଛି | ୟୁକ୍ରେନର କମ୍ପ୍ୟୁଟର ଗୁଡ଼ିକରେ ଇନଷ୍ଟଲ ହୋଇଥିବା ସଫ୍ଟୱେର ବିଷୟରେ ସାଇବର ବିଶେଷଜ୍ଞମାନେ ଯାଞ୍ଚ କରୁଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.