ଦିଲ୍ଲୀ : ବେଆଇନ୍‌ କଲୋନୀକୁ ମୋଦି ସରକାରଙ୍କ ସବୁଜ ସଂକେତ, ମିଳିବ ମାଲିକାନା

ନୂଆଦିଲ୍ଲୀ : ଆପଣ କୌଣସି ଜବରଦଖଲ ଅବା ବେଆଇନ୍‌ ଜାଗାରେ ରହୁଛନ୍ତି କି ? ତେବେ ଚିନ୍ତା ନାହିଁ ମୋଦି ସରକାର ସେ ସବୁକୁ ବୈଧ ଘୋଷଣା କରି ଆପଣଙ୍କ ହାତକୁ ମାଲିକାନା ଟେକିଦେବ । ଇଏ ହେଉଛି କେନ୍ଦ୍ର ସରକାରଙ୍କ ଦିଲ୍ଲୀ ବାସିନ୍ଦାଙ୍କୁ ଦୀପାବଳି ଉପହାର ।

DELHI-2ଦିଲ୍ଲୀରେ ଏଭଳି ବେଆଇନ୍‌ ଭାବେ ଗଢ଼ି ଉଠିଥିବା କଲୋନୀଗୁଡ଼ିକରେ ପ୍ରାୟ ୪୦ ଲକ୍ଷ ଲୋକ ରହୁଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସେମାନେ ଆଶ୍ୱସ୍ତ ହେବେ ଓ ଜାଗାର ମାଲିକାନା ମଧ୍ୟ ପାଇବେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହେବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ସୂଚନା ଦେଇଛନ୍ତି । ସରକାରୀ ହେଉ କି ବେସରକାରୀ, ଯେକୌଣସି ଜମି ଉପରେ ରହିଥିବା ବେଆଇନ୍‌ କଲୋନୀକୁ ଏହି ନିୟମରେ ଅନ୍ତର୍ଭୁକ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.