୩୦ କବରସ୍ଥାନରୁ ମିଳିଛି ୧୩୯ ଅଜ୍ଞାତ ଶବ, ଖୋଳତାଡ କରୁଛନ୍ତି ଲିବିୟା ସରକାର

ଲିବିୟାରେ କବର ମଧ୍ୟରୁ ଅନେକ ଅଜ୍ଞାତ ଶବ ବାହାରିବାରେ ଲାଗିଛି। ରବିବାର ଦିନ ଉତ୍ତର ପଶ୍ଚିମ ସହର ତରୁନାରେ ଏକ ସର୍ଚ୍ଚ ଅପରେସନ ହୋଇଥିଲା, ଯେଉଁଥିରେ ସାମୂହିକ କବର ମଧ୍ୟରୁ ୧୦ ଜଣ ଅଜ୍ଞାତ ଲୋକଙ୍କ ଶବ ମିଳିଛି।

ତ୍ରିପୋଲୀ ଏବଂ ଏହାର ଆଖପାଖରେ ଥିବା ସଂଯୁକ୍ତ ରାଷ୍ଟ୍ର ସମର୍ଥିତ ପୂର୍ବ ସରକାର ବିରୋଧରେ ଯୁଦ୍ଧ ସମୟରେ ରାଜଧାନୀ ତ୍ରିପୋଲୀରୁ ପାଖାପାଖି ୯୦ କିମି ଦକ୍ଷିଣ ସ୍ଥିତ, ତରୁନା ପୂର୍ବ ଆଧାରିତ ସେନା ମୁଖ୍ଯଙ୍କସୈନ୍ଯ ଅଭିଯାନ କେନ୍ଦ୍ର ରହିଥିଲା। ଜେନେରାଲ ଅଥୋରିଟି ଫର ରିସର୍ଚ୍ଚ ଆଣ୍ଡ ଆଇଡେଣ୍ଟିଫିକେସନ ଅଫ ଅଫ ମିସିଂ ପର୍ସନ୍ସ ପକ୍ଷରୁ କୁହାଯାଇଛି, ଟିମ୍ ତରୁନାରେ ଲଗାତାର ସନ୍ଧାନ ପରେ ୧୦ଟି ଅଜ୍ଞାତ ଶବ ମିଳିଥିଲା। ତା’ ପରେ ସହରର ଅଧିକାଂଶ ସାମୂହିକ କବରସ୍ଥାନକୁ ଖୋଳତାଡ କରୁଛି।

ସୂଚନାଯୋଗ୍ଯ, ଗତ କିଛିଦିନ ତଳେ ସହରର ଦୁଇଟି ସାମୂହିକ କବରସ୍ଥାନରୁ ୧୨ଟି ଅଜ୍ଞାତ ଶବ ମିଳିଥିଲା। ଜୁନ ୨୦୨୧ରେ ମଧ୍ୟ ୩୦ଟି ସାମୂହିକ କବରସ୍ଥାନରୁ ୧୩୯ ଅଜ୍ଞାତ ଶବ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.