Below header

ଜେଲରେ ରେଡ଼ିଓ ଷ୍ଟେସନ, ରେଡିଓଜକି ହୋଇ କଏଦୀ ଶୁଣାଇବେ ମନ ପସନ୍ଦର ଗୀତ

ଉତ୍ତରପ୍ରଦେଶର ବୁଲନ୍ଦ ସହର ଜିଲ୍ଲା କାରାଗାରର କଏଦୀମାନଙ୍କୁ ଚିନ୍ତାମୁକ୍ତ ରଖିବା ପାଇଁ ପ୍ରଶାସନ ଏକ ଭିନ୍ନ ତରିକା ଆପଣେଇଛନ୍ତି । ସେ ଜେଲ ମଧ୍ୟରେ ଏକ ରେଡ଼ିଓ ଷ୍ଟେସନ ପ୍ରସ୍ତୁତ କରିଛନ୍ତି । କେବଳ ସେତିକି ନୁହେଁ ଏହି ରେଡ଼ିଓ ଷ୍ଟେସନକୁ ଅପରେଟ କରିବାର କାମ ମଧ୍ୟ ଜେଲରେ ବନ୍ଦ କଏଦୀମାନେ ହିଁ କରୁଛନ୍ତି । କଏଦୀ ହିଁ ରେଡ଼ିଓ ଜକି ହୋଇ ଅନ୍ୟ କଏଦୀ ମାନଙ୍କୁ ଗୀତ ଶୁଣାଉଛନ୍ତି । ଏହି ରେଡ଼ିଓ ଜେଲରେ ବନ୍ଦ କଏଦୀମାନଙ୍କ ପାଇଁ ମନୋରଞ୍ଜନର କେନ୍ଦ୍ର ପାଲଟିଛି ।

ଚିନ୍ତାରୁ ଦୂର ରଖିବା ପାଇଁ ଏହି ପ୍ରୟାସ

Image result for unique initiative radio station built in jail and prisoner become radio jockey

ଜିଲା ପ୍ରଶାସନ ଦ୍ୱାରା ଜିଲା କାରାଗାରରେ ରେଡ଼ିଓ ଷ୍ଟେସନ ବନାଇବାର ପ୍ରୟାସ କେବଳ କାରାଗାରରେ ବନ୍ଦ ଥିବା କଏଦୀ ମାନଙ୍କୁ ଚିନ୍ତାମୁକ୍ତ ରଖିବା ପାଇଁ କରାଯାଇଛି । ଜେଲ ଅଧ୍ୟକ୍ଷକଙ୍କ କହିବା ଅନୁଯାୟୀ ଜେଲ ଭିତରେ ବନ୍ଦ ଥିବା କଏଦୀମାନଙ୍କର ବାହାର ଦୁନିଆ ସହ ସମସ୍ତ ସମ୍ପର୍କ ଛିନ୍ନ ହୋଇଯାଇଥାଏ ଏବଂ ସେ ନିଜ କେଶ, ମାହୋଲ ଓ ପରିବାରଙ୍କୁ ମନେପକାଇ ଡିପ୍ରେସନରେ ଆସିଯାଇଥାନ୍ତି । ଏହି ଚିନ୍ତାକୁ ଦୂର କରିବା ଉଦ୍ଦେଶ୍ୟରେ ହିଁ ଏହି ରେଡ଼ିଓ ଷ୍ଟେସନ ନିର୍ମାଣ କରାଯାଇଛି ଯାହାଦ୍ୱାରା ସେ ନିଜ ମନ ପସନ୍ଦର ଗୀତଶୁଣି ଚିନ୍ତାମୁକ୍ତ ରହିବା ସହିତ ସମୟ ସମୟରେ ରେଡିଓ ଦ୍ୱାରା ଦେଶ ବିଦେଶର କଥା, ଧାର୍ମିକ ଜ୍ଞାନ ଏବଂ ଐତିହାସିକ ସୂଚନା ପାଇପାରିବେ । ଏଥିରେ ସେମାନେ ଚିନ୍ତାମୁକ୍ତ ରହିବା ସହିତ ନିଜର ଜ୍ଞାନବୃଦ୍ଧି ମଧ୍ୟ କରିପାରିବେ । ଏହି ରେଡ଼ିଓ ଷ୍ଟେସନ କଏଦୀମାନଙ୍କୁ ବହୁତ ପସନ୍ଦ ଆସିଛି ।

 

ଏହାସହ ପଢନ୍ତୁ ଏହି ଘୋଡ଼ାକୁ ଲାଗିଛି ଚା ପିଇବାର ଆଦତ, ନମିଳିବା ପର୍ଯ୍ୟନ୍ତ କରେନାହିଁ କୌଣସି କାମ, ଦେଖନ୍ତୁ ଭିଡିଓ

କଏଦୀମାନଙ୍କ ପାଇଁ ଲାଇବ୍ରେରୀ ଏବଂ ଇ-କ୍ଲାସର ବ୍ୟବସ୍ଥା

Image result for prisoners e-class in jail

ଜିଲା କାରାଗାରରେ କଏଦୀମାନଙ୍କ ପାଇଁ ଲାଇବ୍ରେରୀ ଏବଂ ଇ-କ୍ଲାସର ବ୍ୟବସ୍ଥା ମଧ୍ୟ କରାଯାଇଛି ଯେଉଁଥିରେ ଟିଭି ସ୍କ୍ରିନ ଜରିଆରେ କଏଦୀମାନେ ପାଠ ପଢ଼ାଯାଇଥାଏ । କଏଦୀମାନଙ୍କୁ ରେଡ଼ିଓ ଷ୍ଟେସନରେ ଚଳଚ୍ଚିତ୍ର ଗୀତ ସହିତ ଐତିହାସିକ ଘଟଣାର ସୂଚନା ମିଳିବା ଆବଶ୍ୟକ । ଯାହାଦ୍ୱାରା କଏଦୀମାନଙ୍କ ମନରେ ଦେଶଭକ୍ତିର ଭାବନା ଜାଗ୍ରତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.