କାବୁଲ ବ୍ଲାଷ୍ଟ ପରେ ISIS ଉପରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌, ମାଷ୍ଟରମାଣ୍ଡ ନିହତ

କାବୁଲ: କାବୁଲ ବିସ୍ଫୋରଣର ବଦଲା । ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ । କାବୁଲ ବ୍ଲାଷ୍ଟ ପରେ ISIS ଉପରେ ବଡ଼ ଧରଣର ହମଲା । ଆଫଗାନିସ୍ତାନରେ ISIS ଉପରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ । ଏକାଧିକ ସ୍ଥାନରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ । କାବୁଲ ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିବା ISର ଜଣେ ଆତଙ୍କୀର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଆମେରିକା ଡ୍ରୋନ୍‌ ତାର ଟାର୍ଗେଟକୁ ହିଟ୍‌ କରିଥିବା କହିଛି ଆମେରିକା । ଡ୍ରୋନ୍‌ ଷ୍ଟାଇକ୍‌ ପରେ ଏୟାରପୋର୍ଟରେ ହାଇ ସିକ୍ୟୁରିଟି ଆଲର୍ଟ ଜାରି କରାଯାଇଛି ।

ଅନ୍ଯପଟେ ଆମେରିକା ଡ୍ରୋନ୍‌ ଷ୍ଟାଇକ୍‌ ପରେ ଏୟାରପୋର୍ଟରେ ହାଇ ସିକ୍ୟୁରିଟି ଆଲର୍ଟ ଜାରି । ବଡ଼ ଧରଣର ଆକ୍ରମଣ ଆଶଙ୍କା ଥିବାରୁ କାବୁଲ ଏୟାରପୋର୍ଟର ଗେଟ୍‌ ନିକଟରୁ ନାଗରିକଙ୍କୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଲା ଆମେରିକା । ଏୟାରପୋର୍ଟ ଗେଟ୍‌ ନିକଟରୁ ନିଜ ଦେଶର ନାଗରିକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଆମେରିକା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅଫଗାନବାସୀଙ୍କୁ ମଧ୍ୟ ଏୟାରପୋର୍ଟ ଗେଟ୍‌ ଛାଡିବାକୁ ଆମେରିକା ପରାମର୍ଶ ଦେଇଛି । କାବୁଲ ବିମାନବନ୍ଦରକୁ ନ ଯିବାକୁ ବାରଣ କରାଯାଇଛି । ଆବେ ଗେଟ୍‌, ନର୍ଥ ଗେଟ୍‌ରେ ଯେଉଁମାନେ ଅଛନ୍ତି, ସେମାନେ ତୁରନ୍ତ ପଳାଇ ଯିବାକୁ କୁହାଯାଇଛି । କାବୁଲ ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.