ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଟପିଲା, ଶୋକରେ ରାଷ୍ଟ୍ରୀୟ ଧ୍ୱଜା ଖସିଲା ତଳକୁ

ଓ୍ଵାଲ୍ଟିମୋର :  ଆମେରିକାରେ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷରେ ପହଞ୍ଚିଛି । ଯାହାକି ବିଶ୍ୱର ସବଠୁ ବଡ଼ ବିପର୍ଯ୍ୟୟ । ଏହା ପୂର୍ବରୁ ଆମେରିକାରେ କୌଣସି ଯୁଦ୍ଧ କିମ୍ବା ମହାମାରୀରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇନଥିଲା । ଆମେରିକା ଇତିହାସରେ ଏପରି ଜୀବନ ହାନୀ ପ୍ରଥମ ଘଟଣା । ଏମିତି କି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୪ ଲକ୍ଷ ୫ ହଜାର, ଭିଏତାନାମା ଯୁଦ୍ଧରେ ୫୮ ହଜାର ଏବଂ କୋରିୟାଇ ଯୁଦ୍ଧରେ ୩୬ ହଜାର ଲୋକ ଆମେରିକାରେ ମୃତ୍ୟୁ ବରଣ କରିଥିଲେ ।

ଜନ୍‌ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ଦିଆଯାଇଥିବା ସୂଚନାନୁଯାୟୀ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ସବୁଠାରୁ ଅଧିକ ଲୋକ ଆମେରିକାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଆମେରିକା ସରକାର କରୋନା ଭାଇରସରେ ମୃତ୍ୟୁବରଣ କରିଥିବା ଏହି ୫ ଲକ୍ଷ ଲୋକଙ୍କ ସ୍ମୃତିରେ ଆମେରିକାର ରାଷ୍ଟ୍ରୀୟ ଧ୍ୱଜକୁ ତଳକୁ ଖସାଇଛନ୍ତି ।

ହ୍ଵାଇଟ୍‌ ହାଉସ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି । ଆମେରିକା ସରକାରଙ୍କ ସବୁ ସଂଘୀୟ କାର୍ଯ୍ୟାଳୟ ଉପରେ ଲାଗିଥିବା ରାଷ୍ଟ୍ରୀୟ ଧ୍ୱଜାକୁ ୫ ଦିନ ପାଇଁ ଅଧା ତଳକୁ କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.