HAL ରେ ଖାଲିପଡିଛି ୪୭୫ ପଦବୀ, ଜଲଦି କରନ୍ତୁ ଆବେଦନ

ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଡେଟ ପକ୍ଷରୁ ନାସିକ ଡିଭିଜନରେ ଆପାରଣ୍ଟିସ ପଦବୀରେ ଭର୍ତ୍ତି କରାଯାଉଛି। ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ଏଠାରେ ୪୭୫ ପଦବୀ ଖାଲି ପଡିଛି ଇଚ୍ଛୁକ ପ୍ରାର୍ଥୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ଅଧିକାରକ ୱେବସାଇଟ halindia.co.in କୁ ଯାଇ ଆବେଦନ କରିପାରିବେ। କିନ୍ତୁ ନିଯୁକ୍ତି ମହାରାଷ୍ଟ୍ରରେ ମିଳିବ।

ଆବେଦନ କରିବାର ତାରିଖ: ଏହିସବୁ ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୩ ମାର୍ଚ୍ଚ ୨୦୨୧ ରହିଛି।

ପଦବୀ ବିବରଣୀ: ୪୭୫

ଟ୍ରେଡ ଆପାରଣ୍ଟିସ ଅଧିନରେ ଫିଟର, ଟ୍ରେନର, ଇଲେକ୍ଟ୍ରିସିଆନ, ଇଲେକ୍ଟ୍ରନିକ୍ସ ମେକାନିକ, ପେଣ୍ଟର, ୱେଲଡର ଏବଂ କମ୍ପ୍ଯୁଟର ଅପରେଟର ପଦବୀ ଖାଲି ପଡିଛି।

ଶିକ୍ଷାଗତ ଯୋଗ୍ଯତା: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ସମ୍ବନ୍ଧିତ ଟ୍ରେଡରେ ଆଇଟିଆଇ ପାସ୍ କରିଥିବା ଆବଶ୍ଯକ।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ବୟସ ସୀମା ନିର୍ଦ୍ଧାରିତ କରାଯାଇନାହିଁ।

ଆବେଦନ ଶୁଳ୍କ: ଏହି ପଦବୀରେ ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ଚୟନ ପ୍ରକ୍ରିୟା: ଏହି ପଦବୀରେ ସମସ୍ତ ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଆଧାରରେ କରାଯିବ।

https://hal-india.co.in/

https://hal-india.co.in/Common/Uploads/Resumes/1361_CareerPDF1_ITI%20ADVT%2020FEB21.pdf

https://docs.google.com/forms/d/e/1FAIpQLSedzB_fpt897wM2tfNJNprEZargN205xKzUU4YDKml1IkxK_g/viewform?vc=0&c=0&w=1&flr=0

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.