ଇସ୍ରାଏଲ ଗସ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବରିଷ୍ଠ ନେତାଙ୍କ ସହିତ କରିବେ ଆଲୋଚନା

ଆଜି ଯୁଦ୍ଧ ପ୍ରଭାବିତ ଇସ୍ରାଏଲ ଗସ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭେଟିବେ ବାଇଡେନ । ଗାଜା ହସ୍ପିଟାଲରେ ରକେଟ ମାଡ ପରେ ଆମେରିକା ରାଷ୍ଟ୍ରପତିଙ୍କ ଜୋର୍ଡନ ଗସ୍ତ ବାତିଲ ହୋଇଛି ।

ଇସ୍ରାଏଲ ଉପରେ ଆକ୍ରମଣ ବିଶ୍ୱରେ ଆଉ ଏକ ନୂଆ ଯୁଦ୍ଧ ଆରମ୍ଭ କରିଦେଇଛି । ଇସ୍ରାଏଲ-ହାମାସ ଯୁଦ୍ଧକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଥମିବାରେ ନାଁ ଧରୁନି । ଆଉ ଆଜି ଯୁଦ୍ଧ ପ୍ରଭାବିତ ଇସ୍ରାଏଲ ଗସ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଗାଜାରେ ମାନବୀୟ ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ ସେଥିପାଇଁ ଇସ୍ରାଏଲ ଉପରେ ଚାପ ପକାଇବେ ବାଇଡେନ। ହାମାସ ଦ୍ବାରା ବନ୍ଧକ ଥିବା ପଣବନ୍ଦୀଙ୍କ ମୁକ୍ତି ପାଇଁ କରିବେ ଉଦ୍ୟମ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗାଜା ଇସ୍ରାଏଲର ଏକ ହସପିଟାଲରେ ଆକ୍ରମଣ କରିଛି । ଫଳରେ ୫୦୦ ଲୋଙ୍କର ମୃତ୍ୟୁ ହୋଇଛି ।

ଏହି ଗସ୍ତରେ ରାଷ୍ଟ୍ରପତି ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭେଟିବେ । ତେବେ ଗାଜା ହସ୍ପିଟାଲରେ ରକେଟ ମାଡ ପରେ ଆମେରିକା ରାଷ୍ଟ୍ରପତିଙ୍କ ଜୋର୍ଡନ ଗସ୍ତ ବାତିଲ ହୋଇଛି । ଏପଟେ ଇସ୍ରାଏଲରେ ମୁତୟନ ହେବେ ଆମେରିକା ସେନା । ପ୍ରାୟ ୨ ହଜାର ଆମେରିକା ସୈନ୍ୟ ମୁତୟନ ପାଇଁ ପ୍ରସ୍ତୁତି ଆରମ୍ଭ । ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ।

ବିବାଦ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଆମେରିକା ସର୍ବଦା ପ୍ରାଥମିକତା ଦେଇଥାଏ । ତେଣୁ କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ହୋଇଛି ସେ ନେଇ ତଥ୍ୟ ସଂଗ୍ରହ କରିବାକୁ ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି ।

ପେଣ୍ଟାଗନର ରାପିଡ ରେସପନନ୍ସ ଫୋର୍ସକୁ ଇସ୍ରାଏଲରେ ମୁତୟନ କରାଯିବ। ହେଜବୁଲ୍ଲା ଓ ଇରାନକୁ କଡ଼ା ବର୍ତ୍ତା ଦେବାକୁ ଆମେରିକା ସୈନ୍ୟ ମୁତୟନ କରୁଛି। ଆଜି ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ଏ ନେଇ ପେଣ୍ଟାଗନ ପ୍ରସ୍ତୁତି ଚଳାଇଛି। ଏ ନେଇ ବିଧିବଦ୍ଧ ଘୋଷଣା କରି ପାରନ୍ତି ବାଇଡେନ। ପୂର୍ବରୁ ଭୂମଧ୍ୟସାଗରର ଇସ୍ରାଏଲ ଉପକୂଳକୁ ଆମେରିକା ଦୁଇଟି ବଡ଼ ଯୁଦ୍ଧ ଜାହାଜ ପଠାଇ ସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.