ଏବେ କମ ହେବ ମହିଳାଙ୍କ ପ୍ରତି ଅପରାଧ, ସବୁ ଥାନାରେ ନିୟୋଜିତ ହେବେ ‘ଆଣ୍ଟି ରୋମିଓ ସ୍କ୍ଵାଡ’

ଉତ୍ତର ପ୍ରଦେଶରେ ମହିଳା ବିରୋଧୀ ଅପରାଧ ରୋକିବାକୁ ନୋଏଡା ପୋଲିସର ନୂଆ ପଦକ୍ଷେପ । ପୂର୍ବରୁ ପୋଲିସ ପକ୍ଷରୁ ସବୁ ଥାନାରେ ଆଣ୍ଟି ରୋମିଓ ସ୍କ୍ଵାଡ ନିୟୋଜିତ କରାଯାଇଥିଲା। ଏହି ଟିମ୍କୁ ଅଧିକ ପ୍ରଭାବଶାଳୀ କରିବାକୁ ପୋଲିସ ଆଣ୍ଟି ରୋମିଓ ସ୍କ୍ଵାଡ ଟିମ୍ ସହ ବୈଠକ କରିଛି। ଆଣ୍ଟି ରୋମିଓ ସ୍କ୍ଵାର୍ଡରେ ମହିଳା ଏବଂ ପୁରୁଷ କନେଷ୍ଟବଳ ଉଭୟ ଅଛନ୍ତି। ଏହା ସହ ପୋଲିସ ପ୍ରଥମ ଥର ଆଣ୍ଟି ରୋମିଓ ସ୍କ୍ଵାଡ ପାଇଁ ରେଡ କାର୍ଡ ବ୍ୟବସ୍ଥା କରିଛି।

police and acused

ସର୍ବସାଧାରଣ ସ୍ଥାନରେ ମହିଳାଙ୍କୁ ଅସଦାଚରଣ କରୁଥିବା ଅଭିଯୁକ୍ତକୁ ପ୍ରଥମେ ଏହି ଟିମ୍ ରେଡକାର୍ଡ ଦେଇ ଚେତାବନୀ ଦେବ। ଯେଉଁ ଅଭିଯୁକ୍ତଙ୍କ ବିରୋଧରେ ଏହି ରେଡକାର୍ଡ ଜାରି ହେବ ପୋଲିସ ତାକୁ ଚେତାବନୀ ଦେଇ ଛାଡିଦେବ। ଏହାପରେ ଅଭିଯୁକ୍ତ ସେପରି କାର‌୍ୟ୍ୟକଳାପ ଜାରି ରଖିଲେ ତା’ ଉପରେ ଅପରାଧିକ ମାମଲା ରୁଜୁ ହେବ ବୋଲି କହିଛନ୍ତି ଏସଏସପି ନୋଇଡା। ଅନ୍ୟପଟେ ଉତ୍ତରପ୍ରଦେଶ ପରି ଦିଲ୍ଲୀରେ ମଧ୍ୟ ଆଣ୍ଟି ରୋମିଓ ସ୍କ୍ଵାଡର ଦାବି କରିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ଵାରୀ। ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ମଧ୍ୟ ଏହାକୁ ସ୍ୱାଗତ କରାଯିବା ଦରକାର ବୋଲି କହିଛନ୍ତି ମନୋଜ ତିଓ୍ଵାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.