Below header

ମାତ୍ର ୧୦ ହଜାର ଟଙ୍କାରେ ମିଳିବ ଏକ ଏକର ଜମି, ସରକାର ଲାଗୁ କରିପାରନ୍ତି ନୂତନ ଯୋଜନା

ସ୍ବାଧିନତାର ୭୨ବର୍ଷ ପରେ ପଞ୍ଜାବ ସରକାର ମୁଣ୍ଡକୁ ପଶିଛି ବୁଦ୍ଧି । ଏବେ ପଞ୍ଜାବ ସରକାର ରଜ୍ୟର ଛଅ ହଜାର ଏକର ଜମିକୁ ତାଙ୍କ ମାଲିକ ମାନଙ୍କ ନାମରେ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ଜମି ମାନଙ୍କରେ ଲୋକ ଚାଷ କରୁଥିଲେ କିନ୍ତୁ ଏଥିରେ ତାଙ୍କର ମାଲିକାନା ଦାୟିତ୍ବ ରହିନଥିଲା। ଏପରିକି ଏହି ଲୋକମାନେ ଆର୍ଥିକ ଭାବେ ସୁଦ୍ରୁଢ଼ ମଧ୍ୟ ନଥିଲେ ଯାହା ଫଳରେ ସେମାନେ ଏହି ସ୍ଥାନକୁ କିଣି ପାରୁନଥିଲେ।

ଏହି ସମସ୍ତ ଲୋକମାନେ ୧୯୪୭ ଦେଶ ବିଭାଜନା ସମୟରେ ପାକିସ୍ତାନରୁ ଭାରତକୁ ପଳାଇ ଆସିଥିଲେ। ଏବଂ ଏଠାରେ ଏହି ଜମି ମାନଙ୍କରେ ଚାଷ କରିବା ଆରମ୍ଭ କରିଦେଇଥିଲେ। ତେବେ ଆସନ୍ତା ବିଧାନସଭାରେ ପ୍ରଦେଶ ସରକାର “ଦ ପଞ୍ଜାବ ଭାଣ୍ଡେଦାର, ବୁଟେମାର,ଦୋହଲିଦାର ଆଦି ବିଲ୨୦୧୯” ଆଣିବାକୁ ଯାଉଛି। ଯେଉଁଥିରେ ସରକାର ମାତ୍ର ୧୦ ହଜାର ଟଙ୍କା ବଦଳରେ ଏହି ଜମି ମାନଙ୍କର ମାଲିକାନା ଦାୟିତ୍ବ ଦେବ।

ନିଶ୍ଚିତ ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କୁ ଜଳଖିଆରେ ଆଉ ମିଳିବନି ଚା’-ବିସ୍କୁଟ,…

ରାଜସ୍ବ ବିଭାଗର ମନ୍ତ୍ରୀ ସୁଖବିନ୍ଦର ସିଂଙ୍କ ଅନୁଯାୟୀ, ପଞ୍ଜାବରେ ଏଭଳି ୬ହଜାର ଏକରରୁ ଅଧିକ ଜମି ରହିଛି। ଯାହାର ଦାୟିତ୍ବରେ ୭ହଜାରରୁ ଅଧିକ ଲୋକ ଅଛନ୍ତି। ଯେତେତୁ ତାଙ୍କ ପାଖରେ ଜମିର ମାଲିକାନା ହକ୍ ରହିନାହିଁ ଫଳରେ ତାଙ୍କୁ ଲୋନ ମିଳିବାରେ ଅସୁବିଧା ହୋଇଥାଏ। ତେବେ ରାଜ୍ୟ ସରକାର ତାଙ୍କୁ ଏହି ଜମି ମାନଙ୍କର ମାଲିକାନା ଦାୟିତ୍ବ ଦେବାକୁ ନିର୍ଣ୍ଣୟ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.