Below header

ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା, ହରିଦ୍ବାରରେ ପହଞ୍ଚିଲେ ଅମିତ ଶାହ ଓ ରାଜନାଥ ସିଂହ

ବାରାଣସୀ : ଆରମ୍ଭ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା । ତାଙ୍କର ଅସ୍ଥି ଗଙ୍ଗାରେ ବିସର୍ଜନ କରାଯିବ । ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରମୁଖ ହରିଦ୍ବାରରେ ପହଞ୍ଚିଛନ୍ତି । ପ୍ରଥମେ ଏହି ଅସ୍ଥି କଳସକୁ ପ୍ରେମ ଆଶ୍ରମ ନିଯାଇଛି । ପରେ ହର-କି-ପୌରି ଠାରେ ବିସର୍ଜନ କରାଯିବ । ଆଜି ସକାଳେ ବାଜପେୟୀଙ୍କ ପାଳିତା କନ୍ୟା ନମିତା ଓ ନାତୁଣୀ ନିହାରିକା ସ୍ମୃତି ସ୍ଥଳରୁ ଅସ୍ଥି ସଂଗ୍ରହ କରିଥିଲେ । ଏହି କଳସ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଥିଲେ । ପ୍ରୟା ୫ ହଜାର କର୍ମକର୍ତ୍ତା କଳସ ଯାତ୍ରାରେ ଯୋଗ ଦେଉଛନ୍ତି। ଦେଶର ୧୦୦ଟି ପବିତ୍ର ନଦୀରେ ଅସ୍ଥି ବିସର୍ଜନ କରାଯିବ । ଉତ୍ତରପ୍ରଦେଶରୁ ୧୮ଟି କଳସ ଯାତ୍ରା ବାହାରିବ । ରାଜ୍ୟର ବିଭିନ୍ନ ପବିତ୍ର ନଦୀରେ ଏହି ଅସ୍ଥି ବିସର୍ଜନ ହେବ । ଆଜି ପ୍ରଥମେ ସ୍ମୃତି ସ୍ଥଳରୁ ସଂଗ୍ରହ ହୋଇଥିବା ଅସ୍ଥି କଳସକୁ ଦିଲ୍ଲୀରୁ ଉତ୍ତରାଖଣ୍ଡ ଏୟାରପୋର୍ଟକୁ ଯାଇଥିଲା । ଏହା ପରେ ଏୟାରପୋର୍ଟରୁ ଦଳୀୟ କାର୍ୟ୍ୟାଳୟକୁ ଶୋଭାଯାତ୍ରା ବାହାରିବ । ସେଠାରେ ଲୋକେ ଶ୍ରଦ୍ଧାଞ୍ଜଳି ଜଣାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.