Below header

୩ୟ ଟେଷ୍ଟର ଆଜି ଦ୍ୱିତୀୟ ଦିନ, ୪ ଓ୍ୱିକେଟ୍ ହାତରେ ଥାଇ ୩୦୭ ରନରୁ ଖେଳିବ ଟିମ୍ ଇଣ୍ଡିଆ

ନଟିଂହମ୍ : ୩ୟ ଟେଷ୍ଟର ଦ୍ୱିତୀୟ ଦିନରେ ଆଜି ୬ ଓ୍ଵିକେଟରେ ୩୦୭ ରନରୁ ଖେଳ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଡେବ୍ୟୁ କରିଥିବା ଋଷଭ ପନ୍ଥ ୨୨ ରନ୍ କରି ଅପରାଜିତ ଅଛନ୍ତି । ଗତକାଲି ପ୍ରଥମ ଦିନରେ ଅଧିନାୟକ ବିରାଟ କୋହଲି ୯୭ ରନ୍ କରି ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ରାହାଣେ ୮୧ ରନ୍ କରି କରିଥିଲେ । ତେବେ କୋହଲି ଓ ରାହାଣେ ଚତୁର୍ଥ ୱିକେଟରେ ୧୫୯ ରନ୍ ଭାଗିଦାରୀ କରି ଦଳର ସମ୍ମାନ ରଖିଥିଲେ । ୧୧ଟି ଚୌକା ସହ ୧୫୨ ବଲରେ ୯୭ ରନ୍ କରି ସ୍ପିନର ରସିଦଙ୍କ ବଲରେ ଷ୍ଟୋକ୍ସଙ୍କୁ କ୍ୟାଚ୍ ଦେଇଥିଲେ । ବ୍ରଡଙ୍କ ବଲରେ ରାହାଣେଙ୍କ କ୍ୟାଚ୍ ଧରିଥିଲେ କୁକ୍। ଓପ୍ନର ଶିଖର ଧାଓ୍ଵନ ୩୫, ଲୋକେଶ ରାହୁଲ ୨୩ ଏବଂ ପାଣ୍ଡ୍ୟା ୮ ରନ୍ କରି ଆଉଟ୍ ହୋଇଥିଲେ । ଇଂଲଣ୍ଡ ପାକ୍ଷରୁ କ୍ରିସ୍ ୱକ୍ସ ୩ଟି ଓ୍ଵିକେଟ୍ ନେଇଛନ୍ତି । ଭାରତ ଏହି ଟେଷ୍ଟରେ ତିନିଟି ପରିବର୍ତ୍ତନ କରିଛି । ମୁରଲୀ ବିଜୟ, ଦିନେଶ କାର୍ତ୍ତିକ୍ ଓ କୁଲଦୀପ ଯାଦବଙ୍କ ବଦଳରେ ଶିଖର ଧାଓ୍ଵନ, ଋଷଭ ପନ୍ଥ ଏବଂ ଯଶପ୍ରୀତ ବୁମରା ଖେଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.