ଏସ୍ପିଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ : ଅର୍ଡଲିଙ୍କୁ ଶହେ ଥର କରାଇଲେ ଉଠ୍ ବସ୍

ନବରଙ୍ଗପୁର (କେନ୍ୟୁଜ୍) :ଏସ୍ପିଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ । ଅର୍ଡଲିଙ୍କୁ ଶହେ ଥର କରାଇଲେ ଉଠ୍ବସ୍ । ନବରଙ୍ଗପୁର ଏସ୍ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ । ଅଭିଯୋଗ ଅନୁଯାୟୀ, ନବରଙ୍ଗପୁର ଏସ୍ପିଙ୍କ ଆବାସିକ କାର୍ୟ୍ୟାଳୟରେ ନିୟୋଜିତ ଫଲୋଏର ଅର୍ଡଲି ରବୀନ ଚନ୍ଦ୍ର ଲିମାଙ୍କୁ ଏସ୍ପି ଠିକ୍ ୯ଟାରେ ଉଠାଇଦେବାକୁ କହିଥିଲେ । ସେ ଏସ୍ପିଙ୍କୁ ଡାକିଥିଲେ ମଧ୍ୟ ଉଠିନଥିଲେ ।

ଆହୁରି ପଢ଼ନ୍ତୁ :ଶସ୍ତା ହେଲା ଇଲିସି : ଇଲିସି ଯୋଡ଼ାକୁ ଦେଢ ଶହରୁ ୩୦୦ ଟଙ୍କା

ପରେ ୧୧ଟା ବେଳେ ନିଜେ ଉଠି କାହିଁକି ଡାକିଲୁନି ବୋଲି ପାଟିକଲେ । ଏହା ପରେ ୪୦ ରାଉଣ୍ଡ ଦୌଡାଇବା ସହ ୧୦୦ଥର ଉଠବସ୍ କରାଇଥିବା ଅଭେିଯୋଗ ହୋଇଛି । ରବୀନ ଲିମା ଦୌଡୁ ଦୌଡୁ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ନବରଙ୍ଗପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଏସ୍ପି ଅଫିସର ଅନ୍ୟ ଜଣେ କର୍ମଚାରୀ ଦେବରାଜ ଚଣ୍ଡ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏସ୍ପି ତାଙ୍କୁ ମଧ୍ୟମାଡ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍ପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.