Below header

ସାମ୍ନାକୁ ଆସିଲା ସିଡିଏସଙ୍କ ହେଲିକପ୍ଟର କ୍ରାସ ହେବା ପୂର୍ବର ଭିଡିଓ, ଦେଖନ୍ତୁ

ଚେନ୍ନାଇ: ତାମିଲନାଡ଼ୁ କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ହେବା ପୂର୍ବରୁ ହେଲିକପ୍ଟରର ଏକ ଭିଡିଓ ସାମ୍ନାକୁ ଆସିଛି । କିପରି ହେଲିକପ୍ଟରରୁ ନିଆଁ ବାହାରି ଆକାଶ ଧୁଆଁମୟ ହେଉଛି, ତାହା ଭିଡିଓରେ ଦେଖିବାକୁ ମିଳିଛି । କିଛି ସେକେଣ୍ଡର ଏହି ଭିଡିଓରେ ସ୍ପଷ୍ଟ ହୋଇଛି କି ଘଟଣାସ୍ଥଳରେ ପାଣିପାଗ ବହୁତ ଖରାପ ରହିଥିଲା । ଏହି ଘଟଣାକୁ କିଛି ସ୍ଥାନୀୟ ଲୋକେ ଦେଖିଥିଲେ । ସେମାନେ ହେଲିକପ୍ଟର ଶବ୍ଦ ଶୁଣି ଉପରକୁ ଚାହିଁଥିଲେ । ତେବେ ପାହାଡିଆ ଅଞ୍ଚଳରେ ପାଣିପାଗ କୌଣସି ବି ମୂହୂର୍ତ୍ତରେ ପରିବର୍ତ୍ତନ ହୋଇଥାଏ । ଯେବେ ବି ହେଲିକପ୍ଟର ଉଡ଼ାଣ ଭରିବାକୁ ପାଇଁ ପ୍ରସ୍ତୁତ ହୋଇଥାଏ, ସେବେ ସମସ୍ତ ପାରାମିଟର୍ସକୁ ଯାଞ୍ଚ କରାଯାଇଥାଏ। ଏଥିରେ ବିପିନ ରାୱତ, ତାଙ୍କ ପତ୍ନୀ, ଷ୍ଟାଫର ୨ ସଦସ୍ୟ ଓ ୯ ଅନ୍ୟ ଲୋକଙ୍କର ମୃତ୍ୟୁ ହୋଇଛି । ହେଲିକାପ୍ଟରଟି ଲ୍ୟାଣ୍ଡ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସୂଚନା ଯୋଗ୍ୟ , ବୁଧବାର ତାମିଲନାଡୁର ନୀଳଗିରି ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଥିବା ନେଇ ଅଧିକାରୀକ ସୂତ୍ରରୁ ଜଣାଯାଇଛି । ସେନା ଅଧିକାରୀ ଓ ଆଇଏଏଫ ଷ୍ଟାଫଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟରଟି କୋଏମ୍ବାଟୁର ଓ ସୁଲୁର ମଝାମଝି ଅଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ବାୟୁସେନା ପକ୍ଷରୁ ଘଟଣାର ତୁରନ୍ତ ତଦନ୍ତ ଦାୟିତ୍ୱ ଦିଆଯାଇଛି । ହେଲିକପ୍ଟରଟି ୱଏଲିଂଟନ ଏୟାରବେସକୁ ଯାଉଥିଲା । ଅପରାହ୍ନ ୨.୪୫ ମିନିଟରେ ସିଡିଏସ ବିପିନ ରାୱତଙ୍କର ଏକ ବକ୍ତବ୍ୟ ଥିଲା । ସେହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଏହି ଆର୍ମି ହେଲିକପ୍ଟରଟି ଯାଉଥିଲା । ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବିଶେଷତଃ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେନେଇ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ବାୟୁସେନା ମୁଖ୍ୟ ବିବେକରାମ ଚୌଧୁରୀ ଘଟଣା ସ୍ଥଳକୁ ଯାଇଥିବା ସ୍ପଷ୍ଟ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ହେଲିକପ୍ଟରଟି ପ୍ରଥମେ କ୍ରାସ ହେବା ପରେ ଗଛରେ ଯାଇ ପିଟିହୋଇଥିଲା । ଅକସ୍ମାତ ସେଠି ଭୟଙ୍କର ନିଆଁ ବି ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.