ବିଜୟ ମାଲ୍ୟା ଭାରତ ଫେରିବା ନେଇ ଫିଟିଲା ରାସ୍ତା : ପ୍ରତ୍ୟର୍ପଣ ଆଦେଶ ଉପରେ ବ୍ରିଟିଶ ଗୃହ ମନ୍ତ୍ରାଳୟର ମୋହର

ନୂଆଦିଲ୍ଲୀ : ଲିକର୍ ବାରୋନ୍ ବିଜୟ ମାଲ୍ୟାଙ୍କୁ ଶକ୍ତ ଝଟକା । ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ଭାରତ ପ୍ରତ୍ୟର୍ପଣ ନେଇ ଫିଟିଲା ରାସ୍ତା । ମାଲ୍ୟାଙ୍କ ପ୍ରତ୍ୟର୍ପଣ ଆଦେଶ ଉପରେ ମୋହର ମାରିଛି ବ୍ରିଟେନ୍ ଗୃହ ମନ୍ତ୍ରାଳୟ । ବ୍ରିଟେନ୍ ସରକାରଙ୍କ ବୈଦେଶିକ ସଚିବ ସାଜିଦ ଜାବିଦ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ଆଦେଶ ଉପରେ ଦସ୍ତଖତ କରିଛନ୍ତି । ଏବେ ପ୍ରତ୍ୟର୍ପଣ ବିରୋଧରେ ବିଜୟ ମାଲ୍ୟା ୧୪ ଦିନ ଭିତରେ ସେଠାକାର ହାଇକୋର୍ଟରେ ଆବେଦନ କରିପାରିବେ ।

ଗତବର୍ଷ ଡିସେମ୍ବର ମାସରେ ଏସମ୍ପର୍କିତ ମାମଲାର ଶୁଣାଣି କରିଥିଲେ ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ । ସ୍ୱଦେଶ ଫେରିବା ନେଇ ତାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥିଲେ ଲଣ୍ଡନ କୋର୍ଟ । ଏବେ ପ୍ରତ୍ୟର୍ପଣ ଆଦେଶକୁ ବ୍ରିଟିଶ ସରକାରଙ୍କ ବୈଦେଶିକ ସଚିବଙ୍କ ଅନୁଦୋମନ ପରେ କୁହାଯାଉଛି କୁଟନୈତିକ ସ୍ତରରେ ଭାରତର ଏକ ବଡ଼ ବିଜୟ ହୋଇଛି । ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ବିଜୟ ମାଲ୍ୟା ଏବେ ଲଣ୍ଡନରେ ଆତ୍ମଗୋପନ କରିଛନ୍ତି । ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଭାରତ ସରକାର ଲଣ୍ଡନ କୋର୍ଟରେ ଆବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.