ଅଧ୍ୟବସାୟ ବଳରେ ନିଜର ଆଶା ଓ ଆକାଂକ୍ଷା ପୂରଣ କରିହୁଏ, ପ୍ରମାଣ କରି ଦେଖାଇଲେ ଏହି ୧୫ ବର୍ଷୀୟ ବାଳିକା

କଥାରେ ଅଛି, କଠିନ ପରିଶ୍ରମ କରି ଦିନେ ନା ଦିନେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଥାଏ। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଭିନ୍ଦ ଜିଲ୍ଲା ଅନ୍ତର୍ଗତ ଆଜନୋଲ ଗାଁର ଛାତ୍ରୀ। ଦଶମ ଶ୍ରେଣୀରେ ପଡୁଥିବା ରୋଶନି ଭଦୋରିଆ। ହାଇସ୍କୁଲ ପରୀକ୍ଷାରେ ୯୮.୭୫ ପ୍ରତିଶତ ମାର୍କ ରଖି ୮ମ ର‍୍ୟାଙ୍କ ହାସଲ କରିଛନ୍ତି। ପାଠ ପଡିବା ପାଇଁ ସେ ପ୍ରତିଦିନ ୨୪ କିମି ସାଇକେଲରେ ସ୍କୁଲକୁ ଯିବା ଆସିବା କରିଥାନ୍ତି।

rr

ରୋଶନୀଙ୍କ ଗାଁ ଠାରୁ ସ୍କୁଲ ୧୨ କିମି ଦୂର। ବହୁ ବାଧାବିଘ୍ନ ସତ୍ତ୍ୱେ ସେ ସ୍କୁଲକୁ ଯାଇ ଏହି ସଫଳତା ହାସଲ କରିଥିବା ହବୁତ ଖୁସି ବୋଲି କୁହନ୍ତି ରୋଶନି। ସରକାରଙ୍କ ପକ୍ଷରୁ ମିଳିଥିବା ସାଇକେଲ ତାଙ୍କୁ ବହୁତ ସାହାଯ୍ୟ କରିଛି। ରୋଶନି ଦିନକୁ ୩/୪ ଘଣ୍ଟା ପାଠ ପଢୁଥିଲେ। ତାଙ୍କ ପାଠପଢାରେ ବାପା ପୁରୁଷୋତ୍ତମ ଭଦୌରିଆ ତାଙ୍କୁ ବହୁତ ସହାୟତା କରିଛନ୍ତି। ପୁରୁଷୋତ୍ତମ କୁହନ୍ତି, ଝିଅ ଆଜି ତା’ କଷ୍ଟର ଫଳ ତାକୁ ମିଳିଛି।

roshni 1

ଭବିଷ୍ୟତରେ ଜଣେ କଲେକ୍ଟର ହେବେ ବୋଲି ଆଶା ରଖିଛନ୍ତି ରୋଶନି। ଗଣିତ ଏବଂ ଇଂରାଜୀ ରୋଶନିଙ୍କର ପ୍ରିୟ ବିଷୟ। ସେ ଏହି ବିଷୟରେ ୯୬ ପ୍ରତିଶତ ନମ୍ବର ରଖିଛନ୍ତି। ରୋଶନି ଗରିବ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ପାଠପଢାରେ ବାପା ପୁରୁଷୋତ୍ତମ ରୋଶନିଙ୍କୁ କେବେ ବି ତାଙ୍କୁ ଅବହେଳା କରିନାହାନ୍ତି। ଯେତେ କଷ୍ଟ ହେଲେ ମଧ୍ୟ ନିଜ ପିଲା ଚାହୁଁଥିବା ପର୍ଯ୍ୟନ୍ତ ସେ ପାଠ ପଢାଇବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.