ପଶ୍ଚିମବଙ୍ଗ : ରାମନବମୀ ଶୋଭାଯାତ୍ରାରେ ପଥରମାଡ ସହ ବିସ୍ଫୋରଣ, ଅନେକ ଆହତ

ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ରେଜିନଗର ଶକ୍ତିପୁର ଅଞ୍ଚଳରେ ରାମନବମୀ ଶୋଭାଯାତ୍ରାରେ ଏଭଳି ଘଟଣା ଘଟିଛି । ପଥରମାଡରେ କିଛିଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମୁର୍ଶିଦାବାଦର ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରାଯାଇଛି ।

ରାମ ନବମୀ ଅବସରରେ ପଶ୍ଚିମବଙ୍ଗରେ ଶୋଭାଯାତ୍ରାରେ ଦଙ୍ଗା ହେବା ସହ ପଥରମାଡ ହୋଇଛି । ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ରେଜିନଗର ଶକ୍ତିପୁର ଅଞ୍ଚଳରେ ରାମନବମୀ ଶୋଭାଯାତ୍ରାରେ ଏଭଳି ଘଟଣା ଘଟିଛି । ଯେଉଁଥିରେ କିଛିଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମୁର୍ଶିଦାବାଦର ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ଅନୁଯାୟୀ, ମୁର୍ଶିଦାବାଦରେ ଶୋଭା ଯାତ୍ରା କରୁଥିବା ରାମ ଭକ୍ତଙ୍କ ଉପରେ କିଛି ଲୋକ ପଥରମାଡ କରିଥିଲେ । ଘଟଣାରେ କିଛି ଲୋକ ଆହତ ହେଲେ । ପରିସ୍ଥିତି ଏଭଳି ହେଲା ଯେ ପୋଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଲା ।

ରାମ ନବମୀ ଅବସରରେ ମୁର୍ଶିଦାବାଦର ରେଜିନଗରରେ ବୁଧବାର ସନ୍ଧ୍ୟାରେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ଏହି ସମୟ ମଧ୍ୟରେ ରାମ ଭକ୍ତମାନେ ଏକ ଶୋଭାଯାତ୍ରାରେ ଗୀତ ଗାଉଥିଲେ ଏବଂ ହଠାତ୍‌ ପଥର ମାଡ ଆରମ୍ଭ ହୋଇଥିଲା । ଏହି ଶୋଭାଯାତ୍ରାରେ ଅନେକ ବଡ ପଥର ମଧ୍ୟ ଲୋକଙ୍କ ଉପରେ ମାଡ ହୋଇଥିଲା ଫଳରେ ସେମାନେ ଆହତ ହୋଇଥିଲେ ।

ସେହିପରି ମୁର୍ଶିଦାବାଦର ଶକ୍ତିପୁରରେ ରାମନବମୀ ଶୋଭାଯାତ୍ରାରେ ବିସ୍ଫୋରଣ ହୋଇ ଜଣେ ମହିଳା ଆହତ ହୋଇଛନ୍ତି । ପୋଲିସ ଆହତ ମହିଳାଙ୍କୁ ମୁର୍ଶିଦାବାଦ ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରିଛି । ପୋଲିସ ଘଟଣାର ଯାଞ୍ଚ କରୁଛି । ତେବେ ବିସ୍ଫୋରଣ ବୋମା କି ଅନ୍ୟ କୌଣସି କାରଣ ଯୋଗୁଁ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ପଶ୍ଚିମବଙ୍ଗ ବିଜେପି କହିଛନ୍ତି, ରାଲି ଉପରେ ପଥରମାଡ କରିବା ସହିତ ଦୋକାନ ମଧ୍ୟ ଭଙ୍ଗାରୁଜା ହୋଇଥିଲା । ବିଜେପି ନେତା ଅମିତ ମାଲଭିଆ ଟ୍ୱିଟ୍ କରି ମମତା ସରକାର ଉପରେ ଆକ୍ରମଣ କରିଛନ୍ତି । ହିନ୍ଦୁମାନଙ୍କର ଧାର୍ମିକ କାର୍ଯ୍ୟକ୍ରମ ପ୍ରତ୍ୟେକ ଥର ଟାର୍ଗେଟ କରାଯାଏ କିନ୍ତୁ ପଶ୍ଚିମବଙ୍ଗ ସରକାର ନୀରବ ରହି ଏଭଳି ଘଟଣାକୁ ଉତ୍ସାହିତ କରନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁର୍ଶିଦାବାଦରେ ରାମନବମୀରେ ଦଙ୍ଗା ନ କରିବା ପାଇଁ ଚେତାବନୀ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.