ଭବାନୀପୁର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କାଙ୍କ ମଧ୍ୟରେ ହାଇଭୋଲଟେଜ୍‌ ମୁକାବିଲା

କୋଲକତା: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଏଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ଵାଲଙ୍କ ମଧ୍ୟରେ ହାଇଭୋଲଟେଜ୍‌ ମୁକାବିଲା ହେଉଛି।

ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ଏହାର ନିଷ୍ପତ୍ତି ଏହି ଉପର୍ନିବାଚନରୁ ସ୍ପଷ୍ଟ ହେବ । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ମତଦାନର କେନ୍ଦ୍ରର ୨୦୦ ମିଟର ମଧ୍ୟରେ ୧୪୪ ଧାରା ଲାଗୁ ହୋଇଛି। ଭୋଟଗ୍ରହଣ ପାଇଁ ମୋଟ ୨୮୭ଟି ବୁଥ୍‌ ରହିଛି। ୯୭ ମତଦାନ କେନ୍ଦ୍ରରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି। ବୁଥ୍‌ ବାହାରେ ସୁରକ୍ଷା ଦାୟିତ୍ୱ କୋଲକାତା ପୋଲିସ ଅଧିକାରୀଙ୍କ ହାତରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.